ଓଡିଶା

odisha

ETV Bharat / state

କାଳ ହେଲା ମଶା ଧୂପ, ସିଲିଣ୍ଡର ଫାଟି ସ୍ବାମୀ ସ୍ତ୍ରୀ ମୃତ

ରାଜଧାନୀରେ ଅଘଟଣ। ମଶା ଧୂପ ହେଲା କାଳ। ଗ୍ୟାସ ଯୋଗୁ ନିଆଁ ଲାଗି ଦମ୍ପତି ମୃତ । ଅଧିକ ପଢନ୍ତୁ

gas cylinder explosion in bhubaneswar
gas cylinder explosion in bhubaneswar

By

Published : Jul 25, 2023, 7:50 AM IST

ଭୁବନେଶ୍ବର:ରାଜଧାନୀରେ ଅଭାବନୀୟ ଘଟଣା । ଗ୍ୟାସ୍‌ ଲିକ ହୋଇ ମଶା ଧୂପରୁ ଲାଗିଲା ନିଆଁ । ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ଏଭଳି ଅଘଟଣ ଘଟିଛି ରାଜଧାନୀର ଭରତପୁର ଥାନା ଅଞ୍ଚଳର ଆଦର୍ଶ କଲୋନୀରେ । ଦୁଇ ସ୍ବାମୀ ସ୍ତ୍ରୀ ହେଉଛନ୍ତି ବିଦେଶୀ ପ୍ରଧାନ ଓ କସ୍ତୁରୀ ପ୍ରଧାନ । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି । ଗ୍ୟାସ୍‌ ଲିକ ହେବାରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘରେ ଲାଗିଥିବା ମଶା ଧୂପରୁ ନିଆଁ ବ୍ୟାପି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବାହାବେଦୀରୁ ଯାତ୍ରା ଆରମ୍ଭ, ରେଳ ଲାଇନରେ ଶେଷ: ବମିଖାଲରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ଥାନା‌ ଗ୍ୟାନ ଦୀପକ ନଗରର ଆଦର୍ଶ କଲୋନୀରେ ରହୁଥିଲେ ଦମ୍ପତି ବିଦେଶୀ ପ୍ରଧାନ ଓ କସ୍ତୁରୀ ପ୍ରଧାନ । ଶ୍ରମିକ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଜୁଲାଇ 22 ତାରିଖ ରାତିରେ ଉଭୟ ଦମ୍ପତି ରାତ୍ରି ଭୋଜନ ପାଇଁ ରୋଷେଇ କରିଥିଲେ। ରାତିରେ ରୋଷେଇ ସାରି ଗ୍ୟାସ ବନ୍ଦ କରିଥିଲେ ମଧ୍ୟ ସଠିକ ଭାବେ ବନ୍ଦ ହୋଇନଥିଲା । ଖାଇପିଇ ଶୋଇବା ପରେ ଗ୍ୟାସ ଲିକ୍ ହେଉଥିବା ଜାଣିପାରିନଥିଲେ। ଗ୍ୟାସ ଲିକ୍ ହୋଇ ପୁରା ଘରେ ବ୍ୟାପି ଯାଇଥିଲା । ଫଳରେ ଘରେ ଲାଗିଥିବା ମଶାଧୂପରୁ ନିଆଁ ଲାଗିଯାଇଥିଲା । କସ୍ତୁରୀ ପ୍ରଧାନଙ୍କ ଶରୀରରେ ପ୍ରଥମେ ନିଆଁ ଲାଗିଥିବା ବେଳେ ତାଙ୍କୁ ବିଦେଶୀ ପ୍ରଧାନ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଜଳିଯାଇଥିଲେ । ଏହି କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୋଲିସ ସନ୍ଦେହ କରୁଛି ।

ଏଭଳି ଦୁଃଖଦ ଓ ଅଘଟଣ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଏନେଇ ସାଇଣ୍ଟିଫିକ୍ ଟିମ୍ ଅଧିକାରୀ ଘଟଣା ସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି । ଅଧା ପୋଡ଼ା ଗ୍ୟାସ ଜବତ କରିବା ସହ ମଶାଧୂପ ମଧ୍ୟ ଜବତ କରାଯାଇଛି । ଗ୍ୟାସ ଲିକରୁ ଏଭଳି ଅଘଟଣ ଏବେ ସହରରେ ଏକ ଶୋକର‌ଛାୟା ଖେଳାଇଛି । ଏନେଇ ସମସ୍ତ ଘରୋଇ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଏରିଆ ଗ୍ୟାସ ବ୍ୟବହାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି । ଗ୍ୟାସ ବ୍ୟବହାର କରୁଥିବା ଲୋକ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ନିହାତି ଜରୁରୀ । ଏପରିକି ଗ୍ୟାସ ସୁଇଚ ଠିକ୍‌ ଭାବେ ବନ୍ଦ କରିବା ସହ ଚୁଲା ଓ ସିଲିଣ୍ଡର ପାଖେ ଥିବା ସୁଇଚ୍‌ ଅଫ କରନ୍ତୁ । ନିୟମିତ ବ୍ୟବଧାନରେ ଗ୍ୟାସର ପାଇପ ଓ ବର୍ଣ୍ଣର ବଦଳାନ୍ତୁ । ଖରାପ ଥିଲେ ବା ପୁରୁଣା ହୋଇଥିଲେ ମରାମତି କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details