ଓଡିଶା

odisha

ETV Bharat / state

ବାହାବେଦୀରୁ ଯାତ୍ରା ଆରମ୍ଭ, ରେଳ ଲାଇନରେ ଶେଷ: ବମିଖାଲରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର - ବମିଖାଲ ରେଳ ଧାରଣାରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ

ରାଜଧାନୀର ବମିଖାଲ ରେଳ ଲାଇନ କଡରୁ ସ୍ବାମୀ ସ୍ତ୍ରୀଙ୍କର ଖଣ୍ଡବିଖଣ୍ତିତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

husband wife dead body found from rail line
husband wife dead body found from rail line

By

Published : Jul 24, 2023, 1:11 PM IST

husband wife dead body found from rail line

ଭୁବନେଶ୍ବର:ସାଥି ହୋଇ ହାତ ଧରିଥିଲେ...ସାଥି ହୋଇ ହାତ ଧରି ବିଦାୟ ବି ନେଲେ। ବାହାବେଦୀରୁ ଯାତ୍ରା ଆରମ୍ଭ କରିଥିବା ଦାମ୍ପତ୍ୟ ଜୀବନ ଯାତ୍ରା ରେଳ ଲାଇନରେ ଶେଷ ହୋଇଛି । ବିବାହ ବେଦୀର ସାକ୍ଷୀ ଥିବା ହୋମ ନିଆଁ ଆଜି ଯେମିତି ଜୁଇର ଚିତା ଭଳି ଆଉ ଥରେ ଜଳିବାକୁ ଚାହୁଁଛି। ରାଜଧାନୀର ବମିଖାଲ ରେଳ ଲାଇନ କଡରୁ ସ୍ବାମୀ ସ୍ତ୍ରୀଙ୍କର ଖଣ୍ଡବିଖଣ୍ତିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଏହା ମଧ୍ୟ ପଢନ୍ତୁ-ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର, ଦୁର୍ଗନ୍ଧ ବାହାରିବା ପରେ ଜାଣିଲେ ଘଲ ମାଲିକ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତ ସ୍ବାମୀ ସ୍ତ୍ରୀ ଶାନ୍ତିପଲି ବସ୍ତିରେ ଭଡାରେ ରହୁଥିଲେ । ଗତକାଲି(ଜୁଲାଇ 23) ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାକୁ ନେଇ ଉଭୟ ଜୀବନ ହାରିଥାଇ ପାରିନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଆଜି ସକାଳ ମୃତଦେହ ରେଳ ଲାଇନରେ ପଡ଼ିଥିବା ପୋଲିସକୁ ଖବର ମିଳିଥିଲା । ଘଟଣା ସ୍ଥଳରେ ରେଳବାଇ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ଘର କଟକ ଜିଲ୍ଲାରେ ବୋଲି ଜିଆରପି ପୋଲିସ ଜାଣିବାକୁ ପାଇଛି ।

ଉଭୟ ଶାନ୍ତିପଲି ବସ୍ତିରେ ରହୁଥିଲେ । ସ୍ବାମୀ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ମଧ୍ୟ ଜଣେ ଶ୍ରମିକ ଭାବେ କାମ କରନ୍ତି । ଉଭୟଙ୍କ ମଧ୍ୟରେ ପ୍ରତିଦିନ ପାଟିତୁଣ୍ଡ ଲାଗିରୁହେ । ଯାଗା ଗତ ରାତିରେ ଉଗ୍ରରୂପ ଧାରଣ କରିଥିଲା । ମହିଳାଙ୍କ ସ୍ବାମୀ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଯାଇଥିଲେ । କିନ୍ତୁ ତାଙ୍କ ସ୍ତ୍ରୀକୁ ବୁଝାଇ ସୁଝାଇ ଘରକୁ ଆଣିଦେଇଥିଲେ । କିନ୍ତୁ ଆଜି ସକାଳେ ଟ୍ରେନ୍‌ ଲାଇନରୁ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହା ମଧ୍ୟ ପଢନ୍ତୁ-ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ, ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

ପୋଲିସର ସୂଚନା ମୁତାବକ ଉଭୟଙ୍କର, ଏକ ପୁତ୍ର ସନ୍ତାନ ରହିଛି । ଯିଏକି ଗାଁରେ ରୁହେ, କେବେ କେବେ ଭୁବନେଶ୍ୱର ଆସେ । ପୁଅଟି ଏବେ ଗାଁରେ ରହିଛି । ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ପାରିବାରିକ କଳହ ନା ଆଉ କିଛି ଥିଲା କାରଣ ? କାହିଁକି ଏପରି ନିଷ୍ପତି ନେଲେ ଉଭୟ ? ନା ଏହା ପଛରେ ରହିଛି ଅନ୍ୟ କିଛି ରହସ୍ୟ ? ସେନେଇ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details