ଖୋର୍ଦ୍ଧା:ଟ୍ରେନରେ ସ୍ତ୍ରୀକୁ ଛାଡି ସ୍ବାମୀ ଚମ୍ପଟ । ଅଜଣା ସହରରେ ସ୍ତ୍ରୀକୁ ଏକା ଛାଡି ଦେଲା ସ୍ବାମୀ । ଟ୍ରେନରେ ସ୍ତ୍ରୀକୁ ବସାଇ ଚମ୍ପଟ ମାରିଲା ସ୍ବାମୀ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ରେଳ ଷ୍ଟେସନରେ । ମହିଳା ଜଣଙ୍କ ଅଜଣା ସହରରେ ଏକୁଟିଆ ହୋଇଯାଇଛନ୍ତି । ତାଙ୍କୁ କାନ୍ଦୁଥିବାର ଦେଖି ଖୋର୍ଦ୍ଧା ଟାଉନ ଷ୍ଟେସନ ପୋଲିସ ତାଙ୍କୁ ଉଦ୍ଧାର କରିଛି । ତାଙ୍କୁ ସ୍ବାମୀଙ୍କ ସମ୍ପର୍କରେ ପଚରାଉଚରା କରି ତଦନ୍ତ ଚଳାଇଛି ପୋଲିସ ।
ଟ୍ରେନରେ ସ୍ତ୍ରୀକୁ ଛାଡି ସ୍ବାମୀ ଚମ୍ପଟ, ଉଦ୍ଧାର କଲା ପୋଲିସ ସୂଚନା ଅନୁସାରେ ମହିଳା ଜଣଙ୍କ ଆସାମର ବୋଲି ଜଣା ପଡିଛି । ତାଙ୍କ ନାମ ସୀମା । ମହିଳାକୁ ପଚାରିବାରୁ ସେ ସ୍ଵାମୀଙ୍କ ସାଙ୍ଗରେ ଭୁବନେଶ୍ବର ଆସୁଥଲେ । କିନ୍ତୁ ବୋଲଗଡ ଷ୍ଟେସନରେ ସ୍ବାମୀ ନିରଂଜନ ସାହୁ ତାଙ୍କୁ ଟ୍ରେନରେ ବସାଇ କେଉଁ ଆଡେ ଚାଲିଯାଇଥିବା କହିଛନ୍ତି । ନିଜକୁ ସୀମା ଦେ ବୋଲି ପରିଚୟ ଦେବା ସହ ବାପାଙ୍କ ନାମ ଅଧୀର ବୋଲି କହିଛନ୍ତି । ତାଙ୍କ ଘର ଆସାମ କାଲାଗନ ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି ।
ଟ୍ରେନରେ ସ୍ତ୍ରୀକୁ ଛାଡି ସ୍ବାମୀ ଚମ୍ପଟ, ଉଦ୍ଧାର କଲା ପୋଲିସ ଏହା ବି ପଢନ୍ତୁ...ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ
ସୀମା ଓ ନିରଞ୍ଜନ ଆସାମର ଗୋଟିଏ କମ୍ପାନୀ କାମ କରିବା ସମୟରେ ବିବାହ କରିଥିଲେ । ପରେ ସ୍ଵାମୀ ନିରଞ୍ଜନ ତାଙ୍କୁ ତାଙ୍କ ଘର ନୟାଗଡ଼କୁ ଆଣିଥିଲେ । ସେମାନେ କିଛି ଦିନ ବୋଲଗଡ଼ରେ ରହୁଥିଲେ ବୋଲି ସୀମା କହିଛନ୍ତି । ତେବେ ଆଜି (ମଙ୍ଗଳବାର) ସକାଳୁ ଭୁବେନେଶ୍ବର ଯିବା ପାଇଁ ସ୍ବାମୀ ମୋତେ ଡାକି ଆଣି ବୋଲଗଡ ଷ୍ଟେସନରେ ଟ୍ରେନରେ ବସାଇ କୁଆଡେ ଚମ୍ପଟ୍ ମାରିଥିବା ଅଭିଯୋଗ କରିଛନ୍ତି । ସୀମା ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇ ଥିଲେ । କଣ କରିବେ କିଛି ନ ଜାଣିପାରି କାନ୍ଦିଥିଲେ । ଏହା ଜାଣିବା ପରେ ଜଣେ ସମାଜସେବୀ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ପୋଲିସ ସୀମାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ଇଟିିଭି ଭାରତ, ଖୋର୍ଦ୍ଧା