ଖୋର୍ଦ୍ଧା: ଅର୍ଥ ଅଭାବରୁ ଗଡିଲା ମୁଣ୍ଡ । ଋଣ କିସ୍ତି ସୁଝି ନପାରି ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ବାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଟଣୀ ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାଇ ଲକଡାଉନ ଯୋଗୁଁ ଗ୍ରାମର ସୁକାନ୍ତ ମଳିକଙ୍କ ପାଖରେ ଅର୍ଥ ନଥିବାରୁ ସେ ଅଟୋ ଋଣ କିସ୍ତି ସୁଝି ପାରୁନଥିଲେ । ଏହାକୁ ନେଇ ନେଇ ସ୍ବାମୀ ଓ ସ୍ତ୍ରୀ ପୂଜା ମଳିକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ସ୍ବାମୀ । ଶେଷରେ ଘଟଣାସ୍ଥଳରେ ଜୀବନ ହାରିଥିଲା ସ୍ତ୍ରୀ ।