ଓଡିଶା

odisha

By

Published : Aug 30, 2020, 9:01 AM IST

Updated : Aug 30, 2020, 11:15 AM IST

ETV Bharat / state

ଏକୁଟିଆ ଡାକିନେଇ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ, ଲୁଟିନେଲା ଗହଣା

ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀରଖି ଯାହାର ହାତ ଧରିଥିଲା ସେଇ ଶେଷରେ ନିଜର କରିବା ପରିବର୍ତ୍ତେ ତଣ୍ଚି କାଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ କାଢାମଲ ଗ୍ରାମରେ ।

ଏକୁଟିଆ ଡାକିନେଇ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ, ଲୁଟିନେଲା ଗହଣା
ଏକୁଟିଆ ଡାକିନେଇ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ, ଲୁଟିନେଲା ଗହଣା

ଖୋର୍ଦ୍ଧା: ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀରଖି ଯାହାର ହାତ ଧରିଥିଲା ସେଇ ଶେଷରେ ନିଜର କରିବା ପରିବର୍ତ୍ତେ ତଣ୍ଚି କାଟିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ କାଢାମଲ ଗ୍ରାମରେ ।

ଏକୁଟିଆ ଡାକିନେଇ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ, ଲୁଟିନେଲା ଗହଣା

ସୂଚନା ଅନୁଯାୟୀ କଢାମଲ ଗ୍ରାମର ଝୁନି ବେହେରା ଦେଢ଼ମାସ ପୂର୍ବେ ବାଙ୍କୀ ଥାନା କିଆପଲା ଗ୍ରାମର ଲୋଚନ ବେହେରାଙ୍କୁ ବିବାହ କରିଥିଲେ । କିନ୍ତୁ ଗତ ଶୁକ୍ରବାର ଠାରୁ ଝୁନି ନିଜ ବାପଘକୁ ବୁଲିବାପାଇଁ ଆସିଥିଲେ ।

ତେବେ ଶନିବାର ସନ୍ଧ୍ୟାରେ ଲୋଚନ ଝୁନିଙ୍କ ଗ୍ରାମ ନିକଟକୁ ଯାଇ ତାଙ୍କୁ ଏକ ଏକାନ୍ତ ସ୍ଥାନକୁ ଡାକି ଝୁନିଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇ ସେ ପିନ୍ଧିଥିବା ମଙ୍ଗଳସୁତ୍ର ,ମୁଦି,କାନଫୁଲ ଓ ଚୁଡି ନେଇ ପଳାଇଥିଲା ।

ଖବର ପାଇ ଘରଲୋକ ଝୁନିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 30, 2020, 11:15 AM IST

ABOUT THE AUTHOR

...view details