ଓଡିଶା

odisha

ETV Bharat / state

ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା, 50 ଜଣଙ୍କର ମିଳିଛି ପରିଚୟ - ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା

ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ରହିଛି 193ଟି ମୃତଦେହ । 50 ମୃତଦେହର ମିଳିଲା ପରିଚୟ । ଅଧିକ ପଢନ୍ତୁ

hundreds of bodies kept at Bhubaneswar
hundreds of bodies kept at Bhubaneswar

By

Published : Jun 5, 2023, 10:59 AM IST

50 ଜଣଙ୍କର ମିଳିଛି ପରିଚୟ

ଭୁବନେଶ୍ବର:ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା । 275 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅଧିକାଂଶ ମୃତଦେହ ଚିହ୍ନଟ ହୋଇ ପାରି ନାହିଁ । ଚିହ୍ନଟ ହୋଇନଥିବା 193ଟି ମୃତଦେହକୁ ଭୁବନେଶ୍ବରକୁ ଆଣାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 50ଟି ମୃତଦେହର ପରିଚୟ ମିଳିପାରିଥିବା ବେଳେ 40ଟି ମୃତଦେହକୁ ଠିକଣାରେ ପହଞ୍ଚାଯାଇଛି । ମୃତଦେହ ଚିହ୍ନଟରେ ସମସ୍ୟା ହେଉଥିବାରୁ ଡିଏନଏ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ମୃତଦେହ ଚିହ୍ନଟରେ ଅନେକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି । ଗୋଟିଏ ମୃତଦେହକୁ ଦୁଇ ତିନି ଜଣ ନିଜ ସମ୍ପର୍କୀୟ ବୋଲି ଦାବି କରୁଛନ୍ତି ।

ରବିବାର ବାଲେଶ୍ବରରୁ 193ଟି ମୃତଦେହ ଭୁବନେଶ୍ବରକୁ ଆସିଥିଲା । ସେଥି ମଧ୍ୟରୁ 124ଟି ମୃତଦେହ ଏମ୍ସ ହସ୍ପିଟାଲରେ ରଖାଯାଇଛି । ୬୦ଟି ଆମ୍ବୁଲାନ୍ସ ଯୋଗେ ମୃତଦେହଗୁଡ଼ିକ ବାଲେଶ୍ବରରୁ ଅଣାଯାଇ ଏମ୍ସରେ ରଖାଯାଇଛି । ଗୋଟିଏ ଆମ୍ବୁଲାନ୍ସରେ ଦୁଇଟି ଲେଖାଏଁ ମରଶରୀର ଅଣାଯାଇଥିଲା । ତେବେ ମୃତଦେହଗୁଡ଼ିକୁ ରଖିବା ପାଇଁ ଏମ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି 15ଟି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଆଜି 35ଟି ମୃତଦେହକୁ ଚିହ୍ନଟ କରାଯାଇଥିଲା । 40ଟି ମୃତଦେହକୁ ବର୍ତ୍ତମାନ ସୁଦ୍ଧା ଠିକଣା ସ୍ଥାନକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ମୃତକଙ୍କ ପରିବାର ଲୋକେ ଚିହ୍ନଟ ପାଇଁ ଆସିଛନ୍ତି । ଏନେଇ ରେଳ ବିଭାଗ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା । ତେବେ ଷ୍ଟେସନ ପରିସରରେ ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ହେଲ୍ପ ଡେକ୍ସ ଖୋଲା ଯାଇଛି । ହେଲ୍ପ ଡେକ୍ସରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି ।

ସେହିପରି ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ହେଲ୍ପ ଲାଇନ୍ ନଂ ୧୯୨୯ ଜାରି କରାଯାଇଛି । ହେଲ୍ପ ଲାଇନକୁ ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ । ବିଏମ୍ସିର ଓ୍ବେବ୍‌ସାଇଟ୍‌ରେ ମୃତକଙ୍କ ଫୋଟୋ ଓ ମିଳିଥିବା ବିବରଣୀ ଉପଲବ୍ଧ । ବିଏମସିର ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ୍‌ ଖୋଲାଯାଇଛି । ସେଠାକୁ ଆସି ମଧ୍ୟ ସମ୍ପର୍କୀୟ ବିବରଣୀ ନେଇପାରିବେ । ଏହାସହ ଯେଉଁମାନେ ଭୁବନେଶ୍ୱରରେ ଅନ୍ତିମ ସଂସ୍କାର କରିବା ପାଇଁ ଚାହିଁବେ ସେମାନଙ୍କୁ ମଧ୍ୟ ବିଏମସି ସହାୟତା ଯୋଗାଇଦେବ । ଯଦି ସମ୍ପକୀୟ ମୃତଦେହ ନିଜ ଅଞ୍ଚଳକୁ ନେବାକୁ ଚାହିଁବେ ତେବେ ତାଙ୍କୁ ବିଏମସି ପକ୍ଷରୁ ସହାୟତା ଯୋଗାଇ ଦିଆଯିବା ନେଇ ଗତକାଲି କହିଥିଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details