ଓଡିଶା

odisha

ETV Bharat / state

କ୍ୟାବିନ ପାଲଟିଥିଲା ନିଶା ବିକ୍ରିର ମାଧ୍ୟମ, ରାଜଧାନୀରୁ ୧୫ ଲକ୍ଷର ଧଳାଜହର ଜବତ - ଭୁବନେଶ୍ବରେ କ୍ୟାବିନ ପାଲଟିଛି ନିଶା କାରାବାର ମାଧ୍ୟମ

କ୍ୟାବିନ ମାଧ୍ୟମରେ ଚାଲିଥିଲା ନିଶା କାରବାର । ଭୁବନେଶ୍ବରରୁ 153 ଗ୍ରାମର‌ ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

brown sugar seized in bhubaneswar
brown sugar seized in bhubaneswar

By

Published : Dec 22, 2022, 10:58 AM IST

ଭୁବନେଶ୍ବର: ରାଜଧାନୀରେ ବେଧଡକ ଭାବେ ଚାଲିଛି ନିଶା କାରବାର, ନୂଆ ନୂଆ ପନ୍ଥା ଆପଣାଇ ନିଶା ଦ୍ରବ୍ୟ ବିକ୍ରିରେ ଲାଗିପଡିଛନ୍ତି ମାଫିଆ । କେତେବେଳେ ଗଞ୍ଜେଇ ଆଉ କେତେବେଳେ ଡ୍ରଗ୍ସ ପୁଣି କେତେବେଳେ ବ୍ରାଉନସୁଗାର । ଏପରିକି ଏହି ନିଶା କରାବାରରେ ମହିଳା ମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି । ଫଳରେ ନିଶା ସେବନ କରି ମାତାଲ ହେଉଛନ୍ତି ଯୁବପିଢି । ଏହାପରେ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ କାଣ୍ଡ । ଅନେକ ସମୟରେ ନିଶାକାରବାର ବନ୍ଦ କରିବା ନେଇ ଅନେକ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି ପୋଲିସ । କିନ୍ତୁ ଭୁବନେଶ୍ବରରେ ନିଶାକାରବାର ଥମିବାର ନାଁ ଧରୁନି ।

ଏବେ ନୂଆଁ ଢଙ୍ଗରେ ନିଶାବିକ୍ରି କରୁଛନ୍ତି ମାଫିଆ । ଭୁବନେଶ୍ବରେ କ୍ୟାବିନ ପାଲଟିଛି ନିଶା କାରାବାର ମାଧ୍ୟମ । ଛୋଟ ଛୋଟ ପାନ ଦୋକାନ ଓ ଚା’ ଦୋକାନ ସହ ରାଜଧାନୀର ଛୋଟ ବଡ଼ କ୍ୟାବିନରେ ଏମିତି ଢଙ୍ଗରେ ବିକ୍ରି ହେଉଛି ନିଶା ଦ୍ରବ୍ୟ । ଯାହାର କ୍ରମରେ ଭୁବନେଶ୍ୱର ୟୁନିଟ 1, GED କଲୋନୀରୁ 153 ଗ୍ରାମର‌ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏଥିସହ ଜଣଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତ ହେଉଛି ଉତ୍ତମ ନାୟକ ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ GED କଲୋନୀରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଇଣ୍ଡୋର ହଲ ଛକ ସ୍ଥିତ ଏକ କ୍ୟାବିନରେ ବ୍ରାଉନସୁଗାର ବିକିବା ବେଳେ ସାଧା ପୋଷାକରେ ଆସିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ବ୍ରାଉନସୁଗାର ବିକ୍ରୟ କରିଥିଲା ଅଭିଯୁକ୍ତ । ଏହି ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଯାଞ୍ଚ କିବା ପରେ 153 ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା ଯୁବକଙ୍କ ନିକଟରୁ । ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷ 30 ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ରାଜଧାନୀରେ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ବିଭିନ୍ନ ଛୋଟ ଛୋଟ ନିଶା ଆଡ୍ଡା ଉପରେ ଅବକାରୀ ଟିମ ନଜର ପକାଇଛି ।

ଗତ ନଭେମ୍ବର ମାସରେ ଜଣେ ପେଶାଦାର ନିଶା ବେପାରୀକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ପାପୁନ ପ୍ରଧାନ । ଅଭିଯୁକ୍ତଙ୍କ ଠାରୁ ମୋଟ 12 ଗ୍ରାମ ଓଜନର ବ୍ରାଉନସୁଗାର ସହିତ ଗୋଟିଏ 7.65ଏମଏମ ରିଭଲଭର ଜବତ କରିଥିଲା ପୋଲିସ। । ପାଖରେ ବନ୍ଧୁକ ରଖି ସାଧାରଣ ଲୋକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିଲା ଅଭିଯୁକ୍ତ । ସେହିପରି ନଭେମ୍ବର ୧୨ ତାରିଖରେ ଭୁବନେଶ୍ବରର ନୟାପଲ୍ଲୀ ଥାନା କଟାସ ଜଙ୍ଗଲ ପାଖ କଟା ବଣିଆ ଛକରେ ବ୍ରାଉନସୁଗାର ଡିଲ ବେଳେ ପୋଲିସ 4 ଜଣଙ୍କୁ ଗିରଫ କରିଥିଲା । ଗିରଫ ଚାରି ଜଣ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଜୟ କୁମାର ସାହୁ ଓରଫ ଚଗଲା, ପ୍ରଶାନ୍ତ କୁମାର ସାହୁ ଓ ଶୁଭବ୍ରତ ଦାସ, ଅନ୍ୟଜଣେ କେନ୍ଦ୍ରାପଡ଼ାର ଦୀପକ ନାୟକ ବୋଲି ଜଣାପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details