ଓଡିଶା

odisha

ETV Bharat / state

କଟାସ ବଣରେ ବ୍ରାଉନସୁଗାର ଡିଲ୍, ୪ ଜଣଙ୍କୁ ବାନ୍ଧିଲା ପୋଲିସ - ବ୍ରାଉନସୁଗାର ଡିଲ ବେଳେ ମାଡି ବସିଲା କମିଶନରେଟ ପୋଲିସ

କଟା ବଣିଆ ଛକରେ ବ୍ରାଉନସୁଗାର ଡିଲ । କଟାସ ଜଙ୍ଗଲ ପାଖ କଟା ବଣିଆ ଛକରେ ବ୍ରାଉନସୁଗାର ଡିଲ ବେଳେ ମାଡି ବସିଲା କମିଶନରେଟ ପୋଲିସ । ୪ ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

କଟାସ ବଣରେ ବ୍ରାଉନସୁଗାର ଡିଲ୍
କଟାସ ବଣରେ ବ୍ରାଉନସୁଗାର ଡିଲ୍

By

Published : Nov 12, 2022, 6:28 PM IST

ଭୁବନେଶ୍ବର:ପୁଣି ମାତିଲେ ନିଶା ବେପାରୀ, ଜଙ୍ଗଲି ରାସ୍ତାରେ କରୁଥିଲେ ବ୍ରାଉନସୁଗାର ବେପାର । ଖବର ପାଇ ମାଡି ବସିଲା କମିଶନରେଟ ପୋଲିସ(commissionerate police) । ୪ଜଣଙ୍କୁ ଗିରଫ କରିବା ସହ ୧୦୦ ଗ୍ରାମର‌ ବ୍ରାଉନସୁଗାର ଜବତ କରିଛି ପୋଲିସ (huge quantity of brown sugar seized from Bhubaneswar) । ପୁରୀ ଓ କେନ୍ଦ୍ରାପଡାରୁ ଆସି ଭୁବନେଶ୍ବରର ନୟାପଲ୍ଲୀ ଥାନା କଟାସ ଜଙ୍ଗଲ ପାଖ କଟା ବଣିଆ ଛକରେ ବ୍ରାଉନସୁଗାର ଡିଲ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଚାରି ଜଣ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଜୟ କୁମାର ସାହୁ ଓରଫ ଚଗଲା, ପ୍ରଶାନ୍ତ କୁମାର ସାହୁ ଓ ଶୁଭବ୍ରତ ଦାସ, ଅନ୍ୟଜଣେ କେନ୍ଦ୍ରାପଡ଼ାର ଦୀପକ ନାୟକ ବୋଲି ଜଣାପଡିଛି ।

କଟାସ ବଣରେ ବ୍ରାଉନସୁଗାର ଡିଲ୍

ମିଳିଥିବା ସୂଚନା ଅନୁଯାୟୀ, ଆଜି କଟାସ ଜଙ୍ଗଲ ପାଖ କଟା ବଣିଆ ଛକରେ ଚାରି ଅଭିଯୁକ୍ତ ଏକ କାରରେ ବସି ଛୋଟ ଛୋଟ ବ୍ରାଉନସୁଗାର ପୁଡିଆ କାରବାର କରୁଥିଲେ । ଏନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା କମିଶନରେଟ ପୋଲିସ । ଏହାପରେ ନୟାପଲ୍ଲୀ ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରି ଚାରି ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୧୦୦ଗ୍ରାମର‌ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ନଗଦ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ଏନେଇ ଏସିପି ସଞ୍ଜୟ ଶତପଥୀ କହିଛନ୍ତି, ''ଏକ ନିଛାଟିଆ ସ୍ଥାନରେ ଗିରଫ ଚାରି ଅଭିଯୁକ୍ତ ବ୍ରାଉନସୁଗାର କାରବାର ଚଳାଇଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ନୟାପଲ୍ଲୀ ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢାଉ କରି ଚାରି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ତେବେ ବ୍ରାଉନସୁଗାର କାରାବାର ପାଇଁ ବ୍ୟବହାର କରାଯାଉଥିବା କାରଟି କାହାର ସେନେଇ ତଦନ୍ତ କରୁଛି ପୋଲିସ । ଗିରଫ ଚାରି ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି ଏନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି ।''

ଏହା ମଧ୍ୟ ପଢନ୍ତୁ-Padampur By poll: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ

ନଭେମ୍ବର ୯ ତାରିଖ ଦିନ ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା । ଖୋର୍ଦ୍ଧା ଜଟଣୀ ବାଇପାସ ନିକଟରୁ ଏସଟିଏଫ ଟିମ୍ ୨ କେଜି ବ୍ରାଉନସୁଗାର ସହ ଜଣେ କୁଖ୍ୟାତ ଅପରାଧିକୁ ଗିରଫ କରିଥିଲା । ଅଭିଯୁକ୍ତର ନାମ ରାକେଶ ସାମନ୍ତରାୟ ଏବଂ ତା'ର ଘର ରଣପୁର ଅନ୍ଧାରୁଆ । ଅଭିଯୁକ୍ତ ରାକେଶ ୨ କୋଟି ଟଙ୍କାର ୨ କେଜି ବ୍ରାଉନସୁଗାର ନେଇ ବିଲ୍ ପାଇଁ ଯାଉଥିବା ବେଳେ ବାଟରେ ତାକୁ କାବୁ କରିଥିଲା ଏସଟିଏଫ ଟିମ୍ । ଡ୍ରଗ୍ସ କାରବାର ମାମଲାରେ ତାକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details