ଖୋର୍ଦ୍ଧା: ବେଗୁନିଆ ବ୍ଲକ କଣ୍ଟାବାଡ ମକୁନ୍ଦପୁର ଗାଁରେ ଦିନକ ପୂର୍ବରୁ ବାଣ ବିସ୍ଫୋରଣ ଘଟିଛି । ଉକ୍ତ ଗାଁରେ ବେଆଇନ ଭାବେ ବାଣ ତିଆରି ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିଲା । ତେବେ ମକୁନ୍ଦପୁର ଗାଁରେ ବିସ୍ଫୋରଣ ପରେ ପ୍ରଶାସନ ତତ୍ପର ହୋଇଉଠିଛି ।
ବେଗୁନିଆରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ - ବେଗୁନିଆ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
ବେଗୁନିଆ ବ୍ଲକର ଲେଖନପୁର ଗାଁରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ବେଳେ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
![ବେଗୁନିଆରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ ବେଗୁନିଆରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-8447268-939-8447268-1597644343214.jpg)
ବେଗୁନିଆରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ
ବେଗୁନିଆରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ
ଅନ୍ୟପଟେ ବାଘମାରୀ ପୋଲିସ ବେଗୁନିଆ ବ୍ଲକର ଲେଖନପୁର ଗାଁରେ ଚଢାଉ କରି ବିପୁଳ ପରିମାଣର ବିସ୍ଫୋରକ ସହ ବାଣ ଜବତ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ଲକ୍ଷ୍ମୀଧର ସାମଲ ବୋଲି ବାଘମାରି ପୋଲିସ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ