ଓଡିଶା

odisha

By

Published : Feb 18, 2023, 1:23 PM IST

Updated : Feb 18, 2023, 1:41 PM IST

ETV Bharat / state

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ହର ହର ମହାଦେବରେ କମ୍ପୁଛି ଶୈବପୀଠ

ପବିତ୍ର ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ । ଲିଙ୍ଗରାଜଙ୍କୁ ଦର୍ଶନ କରି ବିଭୋର ହେଲେ ଭକ୍ତ । ଅଧିକ ପଢନ୍ତୁ

uge devotees crowd in lingaraj temple
uge devotees crowd in lingaraj temple

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ବର: ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ଧାଡିରେ ଛିଡାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଶିବରାତ୍ରୀରେ ବିନା କଟକଣାରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତଗଣ । ଫଳରେ ଲୋକାରଣ୍ୟରେ ପରିଣତ ହୋଇଛି ଲିଙ୍ଗରାଜ ମନ୍ଦିର ପରିସର ।

ମହାଶିବରାତ୍ରୀ ନୀତି ପାଇଁ ଭୋରୁ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆଳତୀ ପୂଜା ଆରମ୍ଭ ହୋଇଥିଲା । ଏହାପରେ ଭକ୍ତଙ୍କ ଭିଡ ଜମିଥିଲା ମନ୍ଦିରରେ । ଭକ୍ତ ମାନେ ଲମ୍ବା ଧାଡିରେ ଛିଡା ହୋଇ ବାବାଙ୍କ ଦର୍ଶନ କରୁଛନ୍ତି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଧାଡିବାନ୍ଧି ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି । ସେବାୟତଙ୍କ ପକ୍ଷରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାଗର ଯାତ୍ରାପାଇଁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରମୁଖ ଶୈବପୀଠ ମଧ୍ୟରୁ ଲିଙ୍ଗରାଜ ମନ୍ଦିର ଅନନ୍ୟ ହୋଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ତେଣୁ ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଲିଙ୍ଗରାଜ ମନ୍ଦିରରେ ଆଜି ଭୋରୁ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ୩ଟା ୩୦ରୁ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ପ୍ରଥମେ ଉତ୍ତର ଦ୍ୱାର ଦେଇ ସେବାୟତ ଏବଂ ତାଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ମହାଦୀପ । ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା । ୪ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି ପୋଲିସ । ୫ ଜଣ ଆଡସିନାଲ ଏସପି, ୧୧ ଜଣ ଏସିପି, ୧୯ ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।

ସେପଟେ ଆଜି ଭଳି ପବିତ୍ର ଦିନରେ ମହାଦେବଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ବେଶ ପରମାନନ୍ଦ ଲାଭ କରିଛି । କେବଳ ଲିଙ୍ଗରାଜ ମନ୍ଦିର ନୁହଁ ରାଜ୍ୟରେ ଥିବା ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ ଜମିଛି । ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶରେ ମଧ୍ୟ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଚଳିତବର୍ଷ କୌଣସି କଟକଣା ନଥିବାରୁ ଭକ୍ତ ମଧ୍ୟ ମହାଦେବଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 18, 2023, 1:41 PM IST

ABOUT THE AUTHOR

...view details