ଓଡିଶା

odisha

ETV Bharat / state

Raja 2023: ରାଜଧାନୀରେ ଜମୁଛି ରଜ ବଜାର, ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ଖଚାଖଚ ଭିଡ

ଦିନକ ପରେ ଗଣପର୍ବ ରଜ । ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ଖଚାଖଚ ଭିଡ । ଭିଡ ଭିତରେ ମାର୍କେଟରେ ଦେଖିବାକୁ ମିଳିଛି ଅଳିଆର ପାହଡ । ଅଧିକ ପଢନ୍ତୁ

By

Published : Jun 12, 2023, 9:30 AM IST

huge crowd in market building for raja festival
huge crowd in market building for raja festival

huge crowd in market building for raja festival

ଭୁବନେଶ୍ବର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପିଠା ମିଠାରେ ମହକିବ ଗାଁ ଦାଣ୍ଡ । ରଜ ଅବସରରେ ସଜେଇ ହେବେ କୁଆରୀ ଝିଅ । ନୂଆ ବସ୍ତ୍ର ଅଳତା ଲଗାଇ ରଜ ଦୋଳିରେ ଝୁଲିବେ କୁଆରୀ । ଉତ୍ସବ ମୁଖର ହୋଇ ଉଠିବ ଗାଁ ଠୁ ସହର । ଚଳିତ ଥର ରାଜଧାନୀରେ ରଜ ପର୍ବକୁ ଧୁମଧାମରେ ପାଳିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରଜ ପର୍ବ ପାଇଁ ସଜବାଜ ଜିନିଷ କିଣିବାକୁ ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ଖଚାଖଚ ଭିଡ । ଦୋକାନ ଗୁଡିକରୁ ମନ ପସନ୍ଦର ଜିନିଷ କିଣି ନେଉଛନ୍ତି ଯୁବତୀ । ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ମାର୍କେଟ ବିଲ୍ଡିଂରେ ନାହିଁ ନଥିବା ଭିଡ ହେଉଛି । କେଉଁଠି ଭାଇ ତା ଭଉଣୀକୁ ଜିନିଷ କିଣାଇ ଦେଉଛି ତ ପୁଣି କେଉଁଠି ବାପା ତା ଝିଅକୁ ଡ୍ରେସ କିଣାଇ ଦେଉଛି । ଏହି କୃଷିଭିତ୍ତିକ ଓଡ଼ିଆ ପର୍ବକୁ ଚାତକ ପରି ଚାହିଁ ରହିଛନ୍ତି ପ୍ରତିଟି ଓଡିଆ । ପହିଲି ରଜରେ ସଜେଇ ହୋଇ ରଜ ମଉଜ କରିବେ କୁଆରୀ ଝିଅ ।

ସେପଟେ ଗତ କିଛି ଦିନ ହେଲା ରାଜ୍ୟ ପ୍ରବଳ ଖରା ଓ ଗରମ ଲୋକଙ୍କୁ କଲବଲ କରୁଛି । ରାଜଧାନୀ ଦିନ ବେଳା ତାପମାତ୍ରା ଅଧିକ ରହୁଥିବାରୁ ସନ୍ଧ୍ୟା ହେଲେ ରଜ ବଜାରରେ ଭିଡ ଜମୁଛି । ମାର୍କେଟ୍‌ ବିଲ୍ଡିଂ ଠାରୁ ଜନପଥ ଯାଏ, ସବୁଠି ଅସମ୍ଭାଳ ଭିଡ଼ । ମଲ ସାଙ୍ଗକୁ ଛୋଟ ଛୋଟ ଦୋକାନ ଗୁଡିକରୁ ଗ୍ରାହକ ମାନେ ଜିନିଷ କିଣି ନେଉଛନ୍ତି । କିନ୍ତୁ ଭିଡ ଭିତରେ ମାର୍କେଟ ବିଲ୍ଡିଂରେ ଅଳିଆର ପାହାଡ ଦେଖି ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ମାର୍କେଟ ବିଲଡିଂ ରାଜଧାନୀର ସବୁଠାରୁ ପୁରାତନ ବଜାର । ଗୋଟିଏ ସ୍ଥାନରେ ମନପସନ୍ଦର ସବୁ କିଛି ଜିନିଷ ମିଳିଥାଏ । ଏଥିପାଇଁ ହିଁ ଏଠାରେ ସକାଳକୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ ଲାଗେ । ବଡ ବଡ ଦୋକାନ ଅପେକ୍ଷା ଏଠାରେ ଶସ୍ତାରେ ଜିନିଷ ମିଳିଥାଏ । ତେଣୁ ଉଠାଦୋକାନୀଙ୍କ ବ୍ୟବସାୟ ଭଲହୁଅ । କିନ୍ତୁ ମାର୍କେଟ ବିଲ୍ଡିଂ ଆସୋସିଏସନର ସଦସ୍ୟ ସେହି ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଚାହୁଁଛନ୍ତି । ତେଣୁ ଉଭୟଙ୍କ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଛି । ମାର୍କେଟ ବିଲଡିଂର ଅଳିଆ ଦୋକାନ ସମ୍ମୁଖରେ ପକାଯାଉଛି । ପୂର୍ବରୁ ଏଭଳି ହୋଇଥିବା ବେଳେ ବିଏମସି ଆସି ଅଳିଆ ସଫା କରିଥିଲା । କିନ୍ତୁ ଏଥର ରଜ ବଜାରରେ ପୁଣି ସେହି ଅଳିଆ ସମସ୍ୟା ଦେଖୁବାକୁ ମିଳିଛି । ସବୁ ମହଲରୁ ନିନ୍ଦା କରାଯାଉଛି ।

ଉଭୟ ବିଏମସି ଓ ଉଠାଦୋକାନୀ ବୁଝାମଣା କରି ଅଳିଆ ସଫା କରିବାକୁ ନିବେଦନ କରିଛନ୍ତି ଲୋକେ । ପ୍ରତ୍ୟେକ ଦିନ ରାତି ପାହିଲେ ଭୁବନେଶ୍ୱର ସମେତ ବହୁ ଜିଲ୍ଲାର ଶହ ଶହ ଲୋକ ଏଠାକୁ କିଣାକିଣି କରିବାକୁ ଆସିଥାନ୍ତି । କିନ୍ତୁ ଏଭଳି ସ୍ଥିତି ଦେଖି ଲୋକମାନେ ଚକିତ ହେବା ସହ ଏହା ଏକ ବଡ ବିଡମ୍ବନା ଓ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details