ଓଡିଶା

odisha

ବିପୁଳ ପରିମାଣର ଦେଶୀ ମଦ ସହ କାର୍‌ ଜବତ, ମଦ ମାଫିଆ ଫେରାର

By

Published : Sep 23, 2022, 12:25 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦୨୦ ଲିଟର ଚୋରା ଦେଶୀ ମଦ ସହ ଚୋରା ମାରୁତି କାର ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

excise department raid hues of liquor seized in khordha
୧୦୨୦ ଲିଟର ଚୋରା ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା:ଜିଲ୍ଲାର ବେଗୁନିଆ ଥାନା ରାସୋଳ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦୨୦ ଲିଟର ଚୋରା ଦେଶୀ ମଦ ସହ ଚୋରା ମାରୁତି କାର୍‌ ଜବତ କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସେହି ଗ୍ରାମର ରଜନୀକାନ୍ତ ପାଇକରାୟ ଓରଫ ରଜିଆ ନିଜ ଭାଟିରେ ଦେଶୀ ମଦ ପ୍ରସ୍ତୁତ କରି ଏକ ନମ୍ବର ବିହୀନ କାରରେ ଅନ୍ୟତ୍ର ପଠାଉଥିଲା ।

୧୦୨୦ ଲିଟର ଚୋରା ଦେଶୀ ମଦ ଜବତ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ଏସଆଇ ରାଜେଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୨ଟି ଦଳ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ନିରୀକ୍ଷକ ରାଜେନ୍ଦ୍ର ସହ ଖୋର୍ଦ୍ଧା ବେଗୁନିଆ ଭାମ୍ୟମାଣ ଦଳ ସାମିଲ ଥିଲେ । ରଜିଆ ଘରେ ରଖିଥିବା ୬ପ୍ଲାଷ୍ଟିକ ଡ୍ରମ ସହ କାର୍‌ ମଧ୍ୟରେ ଥିବା ବିପୁଳ ପାଉଚକୁ ଜବତ ହୋଇଛି । ଜବତ ସ୍ଥଳରୁ ଅଭିଯୁକ୍ତ ରଜିଆ ଖସିଯାଇଛି ।

ପୂର୍ବରୁ ରଜିଆ ଘରୁ ବହୁବାର ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଏପରିକି ଗତବର୍ଷ ପ୍ରାୟ ୧୮ ଲକ୍ଷ ଟଙ୍କା, ଗାଡି, ମଦ ପ୍ରସ୍ତୁତ ଯନ୍ତ୍ରପାତି ଜବତ ସହ ଏଥିରେ ସାମିଲ ଥିବା ତାର ପତ୍ନୀ ଗିରଫ ହୋଇଥିଲେ । ତେବେ ସବୁଥର ରଜିଆ ଖସି ଯାଉଥିବାରୁ ଚୋର ବେପାର ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ବଢିବାକୁ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ:ଜଟଣୀ ପୋଲିସକୁ ସଫଳତା, ୨ ମୋଷ୍ଟୱାଣ୍ଟେଡ ଅପରାଧୀ ଗିରଫ

ସୂଚନା ଥାଉକି, ଗତ ଏକ ମାସ ପୂର୍ବେ ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଜଙ୍ଗଲ ଭିତରେ ଏକ ମଦ ଭାଟି ଉପରେ ଚଢାଉ କରି ୫୦୦୦ ଲିଟର ପୋଚ ନଷ୍ଟ କରିବା ସହ ୧୪୦ ଲିଟର ଦେଶୀ ମଦ ଜବତ କରିଥିଲା । ଚୋରାରେ ମଦ କାରବାର ଚାଲୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । କାରବାର ପଣ୍ଡ କରିବାକୁ ଯୋଜନା କରିଥିଲା ବିଭାଗ । ଏହାପରେ ଖୋର୍ଦ୍ଧା ଅବକାରୀ ବିଭାଗ, ଟାଙ୍ଗୀ ଅବକାରୀ ବିଭାଗ, ବେଗୁନିଆ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଭାଟି ଉପରେ ଅଚାନକ ଚଢାଉ ହୋଇଥିଲା ।

ଚଢ଼ାଉ ସମ୍ପର୍କରେ ଖବର ପାଇ ପୂର୍ବରୁ ମଦ ମାଫିଆମାନେ ଫେରାର ହୋଇଯାଇଥିଲେ । ତେବେ ଏହି ଅଞ୍ଚଳରେ ପୂର୍ବରୁ ବହୁବାର ଏହି ଭାଟି ଚାଲୁଥିବା ଅବକାରୀ ବିଭାଗ ପାଖରେ ତଥ୍ୟ ଥିବା ସତ୍ତ୍ୱେ ଚଢାଉ ନକରିବା ଅବକାରୀ ବିଭାଗ ଓ ପୋଲିସ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details