ଓଡିଶା

odisha

ETV Bharat / state

ହତ୍ୟାକାରୀରୁ ମାଫିଆ: ଜେଲରୁ ବାହାରି କରୁଥିଲା ଗଞ୍ଜେଇ ଚାଲାଣ ଧରିଲା STF - ଖୋର୍ଦ୍ଧାରେ ଗଞ୍ଜେଇ ଚୋରା ଚାଲାଣ

୧୭୦ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତକୁ ଗିରଫ କଲା STF ଟିମ୍ । ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଏକ ହତ୍ୟା ମାମଲାରେ ଜେଲ ଯାଇ ଫେରିବା ପରେ ଆରମ୍ଭ କରିଥିଲା ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ

ହତ୍ୟାକାରୀ ପାଲଟିଲା ଗଞ୍ଜେଇ ମାଫିଆ,  ୧୭୦ କେଜି ଗଞ୍ଜେଇ ଜବତ
ହତ୍ୟାକାରୀ ପାଲଟିଲା ଗଞ୍ଜେଇ ମାଫିଆ, ୧୭୦ କେଜି ଗଞ୍ଜେଇ ଜବତ

By

Published : Feb 3, 2022, 8:46 AM IST

ଭୁବନେଶ୍ବର:ହତ୍ୟାକାରୀ ପାଲଟିଲା ଗଞ୍ଜେଇ ମାଫିଆ । ଜେଲରୁ ବାହାରି କରୁଥିଲା ଗଞ୍ଜେଇ ଚାଲାଣ । ୧୭୦ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତକୁ ଗିରଫ କଲା STF ଟିମ୍ । ଖୋର୍ଦ୍ଧା ପିଏନ ହାଇସ୍କୁଲ ନିକଟରେ ଏକ କାରରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା STF । ଗିରଫ ଅଭିଯୁକ୍ତ ହେଲା ମହେନ୍ଦ୍ର ବେହେରା ଓରଫ ବାପି ଯିଏକି ଜଟଣା ଥାନା ଅଞ୍ଚଳର ରେଗିଡି ବସ୍ତିରେ ରୁହେ ।

ତେବେ ୨୦୧୦ ମସିହାରେ ଏକ ହତ୍ୟା ମାମଲାରେ ଜେଲ ଯାଇଥିଲା ଅଭିଯୁକ୍ତ ମହେନ୍ଦ୍ର । ପରେ ୪ବର୍ଷ ଜେଲରେ ରହି ବାହାରିବା ପରେ ଆରମ୍ଭ କରିଥିଲା ଗଜେଇ ନେଟୱାର୍କ । ଗଞ୍ଜେଇ ମାଫିଆଙ୍କ ଜରିଆରେ ଟ୍ରିକ ଶିଖି ଆରମ୍ଭ କରିଥିଲା ଗଞ୍ଜେଇ ଚାଲାଣ । ତେବେ ଜବତ ଗଞ୍ଜେଇର ମୂଲ୍ୟ କେତେ ଓ କେଉଁଠିକି ଏହାକୁ ଚାଲାଣ ହେଉଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details