ଓଡିଶା

odisha

ETV Bharat / state

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ଗୁଟଖା ପୁଡିଆରୁ ମିଳିଲା ୫ ଲକ୍ଷ ୮୬ ହଜାର

କନ୍ଧମାଳରୁ ଗଞ୍ଜେଇ ଆଣି ଇଞ୍ଜିନିୟରିଂ ଛାତ୍ରଙ୍କୁ ବିକ୍ରି କରି ମାଲାମାଲ ହେଉଥିଲେ ବେପାରୀ । ଖବରପାଇ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୫ଲକ୍ଷ ୮୬ହଜାର ଜବତ କଲା ଜଟଣୀ ପୋଲିସ । ଅଧିକ ପଢନ୍ତୁ

cannabis seized from khurda
cannabis seized from khurda

By

Published : Mar 24, 2023, 9:18 AM IST

cannabis seized from khurda

ଭୁବନେଶ୍ବର:ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି ଗଞ୍ଜେଇ ବେପାର । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଖୁଲମଖୁଲା ବୋପାର କରୁଛନ୍ତି ବେପାରୀ । ତେବେ ଗଞ୍ଜେଇ ଚାଲାଣ ହେଉଥିବା ବେଳ ଖବରପାଇ ଖୋର୍ଦ୍ଧା ଅଞ୍ଚଳରୁ ଗଞ୍ଜେଇ ଜବତ କରିବା ସହ ୩ଜଣ ଗଞ୍ଜେଇ ବେପାରୀକୁ ଧରିଛି ଜଟଣୀ ଥାନା ପୋଲିସ । ୨୨କେଜି ୧୦୦ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୫ଲକ୍ଷ ୮୬ହଜାର ୬୦୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ବେପାରୀ ହେଲେ ତ୍ରିନାଥ ସାମଲ ଓରଫ ମିଟୁ, ସୁନିଲ ବେହେରା ଓରଫ ପଣ୍ଡା, କାର୍ତ୍ତିକ ପୃଷ୍ଟି ଓରଫ କୁନି ।

ହରିଭାଇନା ଛକରେ ଏକ ପାନ ଦୋକାନ କରିଥିବା ତ୍ରିନାଥ ଓରଫ ମିଟୁ ଏଥିର ମାଷ୍ଟରମାଇଣ୍ଡ ରହିଥିବା ନେଇ ପୋଲିସ ଖବର ପାଇଥିଲା । ଯା‌ହାକୁ ନେଇ କିଛି ଦିନ ଧରି ପୋଲିସର ରାଡାରରେ ଥିଲା । ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ, ଏମାନେ ଗଞ୍ଜେଇ ପୁଡିଆ କରି ବିଭିନ୍ନ ଇଞ୍ଜିନିୟରିଂ ପିଲାଙ୍କୁ ବିକ୍ରି କରୁଥିଲେ । ଛାତ୍ରଙ୍କୁ ବିକ୍ରି କରି ଭଲ ପଇସା ରୋଜଗାର କରୁଥିଲେ । କନ୍ଧମାଳରୁ ଶ୍ରମିକ ବେସ ସାଜି ଅଟୋରେ ଗଞ୍ଜେଇ ଆଣି ବିକ୍ରି କରୁଥିଲେ । ହେଲେ ଏମାନଙ୍କୁ ଧରିବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଗତକାଲି ଗଞ୍ଜେଇ ବିକ୍ରି କରି ନଗଦ ଟଙ୍କା ଧରି ଫେରୁଥିବା ବେଳେ କାବୁ କରିଥିଲା ପୋଲିସ ।

ତେବେ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପୂର୍ବରୁ ମଧ୍ୟ ଗଞ୍ଜେଇ କାରବାର ମାମଲାରେ ଏମାନେ ଗିରଫ ହୋଇଥିଲେ । ଜେଲରୁ ମୁକୁଳିବା ପରେ ନିଜ କ୍ରାଇମ୍ ଛାଡିନଥିଲେ ଏମାନେ । ବିଭିନ୍ନ କାମ ଆଳରେ ଗଞ୍ଜେଇ କାରବାର କରୁଥିଲେ । ତେବେ ବିଗତ କିଛି ଦିନ‌ଧରି ଗଞ୍ଜେଇ କାରବାର ଏବେ ଭୁବନେଶ୍ୱର ମୁହାଁ ହୋଇଥିଲେ । ତେବେ ଭୁବନେଶ୍ବରରେ ମଧ୍ୟ ଗଞ୍ଜେଇ କାରବାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କିଛି ଦିନ ତଳେ ତିନୋଟି କାର ଜବତ କରିଥିଲା ପୋଲିସ ।

ଗଞ୍ଜେଇ କାରବାର କରୁଥିବାର ଅଭିଯୋଗ ଆଧାରରେ ବିପୁଳ ପରିମାଣରର ଗଞ୍ଜେଇ ସହ ବିଭିନ୍ନ ଥାନା ଅଞ୍ଚଳରୁ ଗଞ୍ଜେଇ ବେପାରୀଙ୍କୁ ଗିରଫ ରହିଥିଲା ପୋଲିସ । ତେବେ ହଠାତ୍ ବିଗତ କିଛି ଦିନ‌ଧରି ବିଭିନ୍ନ ଥାନା ଅଞ୍ଚଳରୁ ଗଞ୍ଜେଇ କାରବାର ମାମଲା ଠାବ ହେବା ପରେ ଏନେଇ ଭୁବନେଶ୍ୱର ଡିସିପିଙ୍କୁ ପଚାରିବାରୁ ସେ କହିଥିଲେ, "ଆମେ ସ୍ପେଶାଲ ଡ୍ରାଇଭ୍ କରୁଛୁ । ଯେଉଁଠି ସୂଚନା ଆସୁଛି ସେହି ଆଧାରରେ ଗିରଫ କରାଯାଉଛି । " ତେବେ ଗଞ୍ଜେଇ ଚାଲାଣ ମାମଲାରେ ଚଳିତ ମାସରେ ଜଟଣୀ, ଇନଫୋଭ୍ୟାଲି, ଇନଫୋସିଟି, ଭରତପୁର, ମୈତ୍ରିବିହାର, ବାଲିଅନ୍ତା ଅଞ୍ଚଳରୁ ଅନେକ ବେପାରୀ ଧରାପଡିଛନ୍ତି । ତେବେ ଗଞ୍ଜେଇ କାରବାର ଦେଖି ପୋଲିସ ଏନେଇ ୭୦୭୭୭୯୮୧୧୧ରେ ଯୋଗାଯୋଗ କରି ସୂଚନା ଦେବାକୁ ନିବେଦନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details