ଓଡିଶା

odisha

ETV Bharat / state

ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ, ୪ଗିରଫ - ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ

ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ । ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ଏବେ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ପାଟ୍ରୋଲିଂ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ
ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ

By

Published : Oct 22, 2022, 10:46 PM IST

ଖୋର୍ଦ୍ଧା:ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର ବିକ୍ରି କରୁଛନ୍ତି ମାଫିଆ । ଫଳରେ ଏହାକୁ ସେବନ କରି ଦିନ ପ୍ରତିଦିନ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । ଅନେକ ସମୟରେ ନାବଳକମାନେ ମଧ୍ୟ ଏହି ନିଶାକାରବାର କରୁଥିବା ଦେଖିବାକୁ ମିଳୁଛି । ନିଶାକାରବାରରେ ରୋକ ଲାଗାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରୁଛି ପୋଲିସ । କିନ୍ତୁ ପୋଲିସର ଭୟକୁ ବେଖାତିର କରି ବ୍ରାଉନସୁଗାର ବିକ୍ରି କରିବାରେ ଲାଗିଛନ୍ତି ମାଫିଆ ।

ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ଏବେ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଖୋର୍ଦ୍ଧାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ । ଶୁକ୍ରବାର ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନସୁଗାର କାରବାର ନେଇ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି(huge amount of brown sugar seized from Khordha) । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଦୁଇ ଜଣ ଯୁବକ ରହିଛନ୍ତି । ଜଣେ ନାବାଳକ ବନ୍ଧସାହି ବୋଲଗଡ଼ର ହୋଇଥିବା ଜଣାପଡିଛି । ସେହିପରି ଆଉ ଦୁଇ ଜଣ ଗିରଫ ଅଭିଯୁକ୍ତ ହେଉଛନ୍ତି ବାଂକୋଇ ମାଣିକପୁରର ବାଦଲ ରାଉତ ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ:ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଟୀକାତାଳ ତାରିଣୀ ମନ୍ଦିର ନିକଟରେ ଦ୍ରୁତ ଗତିରେ ତିନି ଯୁବକ ଏକକଳା ରଙ୍ଗର ବାଇକରେ ଯାଉଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କଠାରି ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଗଣେଶ ବାରିକ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ସେହିଭଳି ବେଗୁନିଆ ପୋଲିସ ଘଟଣାର ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଏହି ଯୁବକ ମାନେ ଖୋର୍ଦ୍ଧାର ଜଣେ ବ୍ରାଉନସୁଗାର ବ୍ୟବସାୟୀ ଠାରୁ ବ୍ରାଉନସୁଗାର ଆଣି ଗ୍ରାମଞ୍ଚଳରେ ବ୍ୟବସାୟ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-CYCLONE SITRANG: ଧାମରା ପାରାଦ୍ବୀପଠାରୁ ୨୦୦କିମି ଦୂରରେ ଅତିକ୍ରମ କରିବ ବାତ୍ୟା !

ସେହିଭଳି ବେଗୁନିଆ ପୋଲିସ ଘଟଣାର ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଏହି ଯୁବକ ମାନେ ଖୋର୍ଦ୍ଧାର ଜଣେ ବ୍ରାଉନସୁଗାର ବ୍ୟବସାୟୀ ଠାରୁ ବ୍ରାଉନସୁଗାର ଆଣି ଗ୍ରାମଞ୍ଚଳରେ ବ୍ୟବସାୟ କରୁଥିଲେ । ପରେ ବେଗୁନିଆର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧାରେ ଚଢ଼ାଉ କରି ଜଣେ ନାବାଳକକୁ ନିଜ ହେପାଜତକୁ ଆଣିଥିଲା । ତେବେ ଏହି ଘଟଣାରେ ବେଗୁନିଆ ପୋଲିସ କେସ ନମ୍ବର ୨୭୩/୨୨ରେ ମାମଲା ରୁଜୁ କରି ଘଟଣାରେ ଦୁଇ ନାବାଳକଙ୍କ ସହ ମୋଟ ଚାରିଜଣକୁ ଗିରଫ କରିଛି । ମଟରସାଇକେଲ ସମେତ ୪ଟି ମୋବାଇଲକୁ ଜବତ କରିଥିବା ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି । ଅଭଯୁକ୍ତ ମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।

ଖୋର୍ଦ୍ଧା, ଇଟିଭି ଭାରତ

ABOUT THE AUTHOR

...view details