ଓଡିଶା

odisha

ETV Bharat / state

କେମିତି କିଣିବେ ସୁନା, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଇଛି ସୁନା ଦର । ଗ୍ରାହକଙ୍କ ଚିନ୍ତାକୁ ହ୍ରାସ କରିବାରେ ଏକ୍ସପର୍ଟ ଦେଇଛନ୍ତି କିଛି ଟିପ୍ସ ।

By

Published : Aug 31, 2019, 1:41 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆକାଶଛୁଆଁ ହେବାରେ ଲାଗିଛି ସୁନାର ଦରଦାମ । ଏବେ ସୁନା ଗହଣାଟିଏ କିଣିବାକୁ ହେଲେ ହଜାର ଥର ଭାବିବାକୁ ପଡୁଛି କି କମ୍‌ ଖର୍ଚ୍ଚରେ କେମିତି ମିଳିବ ଲାଭ । ଗ୍ରାହକଙ୍କ ମନରେ ସୁନାର ବଢୁଥିବା ଦରକୁ ନେଇ ଯେଉଁ ସନ୍ଦେହ ରହିଛି ତାହାକୁ ଦୂର କରିଛନ୍ତି ଫାଇନାନ୍ସ ଏକ୍ସପର୍ଟ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଦୋକାନରୁ ସୁନା କିଣିବା ବଦଳରେ ପେପର ବଣ୍ଡ, ଏକ୍ସଚେଞ୍ଜ ଫଣ୍ଡରେ ସୁନା କିଣିଲେ ବେଶି ଲାଭ ସହ ଠକାମୀର ଶିକାର ହେବେ ନାହିଁ ଗ୍ରାହକ । ବର୍ତ୍ତମାନ ରାଜ୍ୟରେ ସୁନା ଦର 40 ହଜାରକୁ ବୃଦ୍ଧି ପାଇଛି । ଚୀନ ଓ ଆମେରିକାର ଟ୍ରେଡ ୱାରକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଫାଇନାନ୍ସ ଏକ୍ସପର୍ଟ ମତ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

1925 ମସିହାରେ 10 ଗ୍ରାମ ସୁନା ଦର 18ଟଙ୍କା 75 ପଇସା ଥିବା ବେଳେ ବର୍ତ୍ତମାନ ଏହା 40 ହଜାର ଛୁଇଁଛି । 2014ରେ ସୁନା 28 ହଜାର, 2018ରେ 30 ହଜାର ଥିବା ବେଳେ 2019ରେ ଏହା 40 ହଜାରକୁ ବୃଦ୍ଧି ପାଇଛି । ଅନ୍ୟପଟେ ପେପର ବଣ୍ଡ, ଏକ୍ସଚେଞ୍ଜ ଫଣ୍ଡ ଆଦିରେ ସୁନା କିଣିଲେ ଠକାମୀରୁ ଗ୍ରାହକ ବଞ୍ଚିପାରିବେ ବୋଲି କହିଛନ୍ତି ଫାଇନାନ୍ସ ଏକ୍ସପର୍ଟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details