ଓଡିଶା

odisha

By

Published : May 26, 2023, 10:04 PM IST

ETV Bharat / state

ଚଳିତ ବର୍ଷ ଆରମ୍ଭ ହେବ ମେଟ୍ରୋ ଟ୍ରେନ ପ୍ରକଳ୍ପ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ । ଚଳିତ ବର୍ଷ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଉଷା ଦେବୀ । ଅଧିକ ପଢ଼ନ୍ତୁ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରେସମିଟ୍‌
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରେସମିଟ୍‌

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରେସମିଟ୍‌

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ରିପୋର୍ଟ କାର୍ଡ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଓ ବିଭାଗୀୟ ସଚିବ ଜି.ମାଥିବଥନନ୍ । ଏଥିରେ ଚଳିତ ବର୍ଷ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଉଷା ଦେବୀ ।

ଆସନ୍ତା ଜୁନ୍‌ ମାସରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଶୁଭାରମ୍ଭ କରିପାରନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ଟ୍ରେନ୍‌ ପାଇଁ ସର୍ଭେ ସରି ଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମେଟ୍ରୋ କେଉଁ ରୁଟରେ ଯିବ, ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକ ମେଟ୍ରୋ ଟ୍ରେନ୍‌ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଯୋଜନା କରାଯାଉଛି ।

ସେହିଭଳି ବିଭାଗୀୟ ସଚିବଙ୍କ ସୂଚନା ଅନୁସାରେ, ଜାଗା ମିଶନ, Drink from Tap, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି । ଏସ୍‌ଏଚ୍‌ଜି ଓ ବସ୍ତି ବାସିନ୍ଦାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ଚାଲିଛି । ୧ ଲକ୍ଷ ୬୨ ହଜାର ୩୨୭ଟି ଘର ନିର୍ମାଣ କରାଯାଇଛି । ସମସ୍ତ ୧୧୫ ପୌରାଞ୍ଚଳର ୨ ହଜାର ୫୫ ୱାର୍ଡରେ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଭୁବନେଶ୍ବରରେ ସରିବ Drink from Tap ଯୋଜନା । ରାଉରକେଲା, କଟକ ଓ ବ୍ରହ୍ମପୁରରେ ୨୦୨୩ ଶେଷ ସୁଦ୍ଧା ସରିବ ଏହି ଯୋଜନା । ସେହିଭଳି ଜାଗା ମିଶନ ଜରିଆରେ ଲୋକଙ୍କୁ ଜମି ଅଧିକାର ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ବର୍ତ୍ତମାନ ସୁଦ୍ଧା ୭୭୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିବର୍ତ୍ତିତ କରାଯାଇଛି । ଗଞ୍ଜାମର ୪ଟି ସହର ହିଞ୍ଜିଳିକାଟୁ, ଦିଗପହଣ୍ଡି, ରମ୍ଭା ଓ ପୁରୁଷୋତ୍ତମପୁରକୁ ମିଳିଛି ବସ୍ତିମୁକ୍ତ ସହର ମାନ୍ୟତା । ପୁରୀ ଏବଂ ଗୋପାଳପୁରରେ ୨୪ ଘଣ୍ଟିଆ Drink from Tap ଯୋଜନା କାର୍ଯ୍ୟକାରୀ ହୋଇଛି । ସମସ୍ତ ୫ଟି ମହାନଗର ନିଗମ ୧୦୦ ପ୍ରତିଶତ ପାଇପ୍‌ ଜଳ ଯୋଗାଣ କରାଯାଉଛି । ୧୧୦ ପୌରାଞ୍ଚଳରେ ୯୯ ପ୍ରତିଶତ ପରିବାରକୁ ପାଇପ ଜଳ ଯୋଗାଣ ହୋଇଛି ।

ସେହିଭଳି ୧.୭୩ ଲକ୍ଷ ପରିବାରଙ୍କୁ ମ୍ୟୁନିସିପାଲିଟି ଏବଂ ଏନଏସିରେ ଜମି ଅଧିଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ସରକାର । ୫ଟି ମହାନଗର ନିଗମରେ ଘର ସର୍ଭେ ସମାପ୍ତ ହୋଇଛି । ଡିସେମ୍ବର ୨୦୨୩ ଶେଷ ସୁଦ୍ଧା ୧ ଲକ୍ଷ ବସ୍ତି ବାସିନ୍ଦାଙ୍କ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ୫୦ ହଜାରରୁ ଅଧିକ ଏଲଆରସି ପ୍ରସ୍ତୁତ ହୋଇସାରିଛି । ୧ଲକ୍ଷ ୬୨ ହଜାର ୩୨୭ ଘର ନିର୍ମାଣ କରାଯାଇଛି । ସମସ୍ତ ୧୧୫ ପୌରାଞ୍ଚଳର ୨ ହଜାର ୫୫ ୱାର୍ଡରେ ଘରକୁ ଘର ଅଳିଆ ସଂଗ୍ରହ କରାଯାଉଛି । କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ୧୧୫ ସହରରେ ୨୫୨ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୨୧୬ ସାମଗ୍ରୀ ପୁନରୁଦ୍ଧାର ସୁବିଧା କାର୍ଯ୍ୟ ଚାଲିଛି । ୧୧୨ଟି ଫିକଲ ସ୍ଲାଗ୍‌ ପ୍ଲାଣ୍ଟ୍‌ ୧୧୦ଟି ପୌରାଞ୍ଚଳରେ କାର୍ଯ୍ୟକ୍ଷମ ହେଉଛି । ସହରୀ ଗରିବ ଲୋକଙ୍କ ପାଇଁ ମୁକ୍ତା ଯୋଜନାରେ ରୋଜଗାର ଯୋଗାଇ ଦିଆଯାଉଛି । ମିଶନ ଶକ୍ତି ଏସ୍‌ଏଚ୍‌ଜି ଏବଂ ବସ୍ତି ବାସିନ୍ଦା ସଂଘ ସହିତ ଜଡ଼ିତ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ମୁକ୍ତା ବର୍ତ୍ତମାନ ରାଜ୍ୟର ୧୧୫ଟି ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details