ଖୋର୍ଦ୍ଧା: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂତନ ଫର୍ଦ୍ଦ । ଚିଲିକା ଜଳରାଶିରେ ଆରମ୍ଭ ହେବାକୁ ଯାଉଛି ହାଉସବୋଟ ସେବା । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ହାଉସବୋଟ ସେବା ଆରମ୍ଭ ହେବାକୁ ଯାଉଛି । ଏହାକୁ ଆସନ୍ତା 9ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ବୋଟ ପ୍ରସ୍ତୁତକାରୀ ସଂସ୍ଥା ବିକାଶ ଇକୋ ରିସର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ଗୁରୁବାର ଚିଲିକାରେ ଆରମ୍ଭ ହେବ ହାଉସବୋଟ ସେବା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ଚିଲିକା ଜଳରାଶିରେ ଆରମ୍ଭ ହେବାକୁ ଯାଉଛି ହାଉସବୋଟ ସେବା
ଚିଲିକା ଜଳରାଶିରେ ଆରମ୍ଭ ହେବାକୁ ଯାଉଛି ହାଉସବୋଟ ସେବା । ଏହାକୁ ଆସନ୍ତା 9ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ବୋଟ ପ୍ରସ୍ତୁତକାରୀ ସଂସ୍ଥା ବିକାଶ ଇକୋ ରିସର୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
Houseboat service to be launched in chilika on thursday
ବୋଟଟିର ଲମ୍ବ 105 ଫୁଟ ରହିଥିବା ବେଳେ ଓସାର 25ଫୁଟ ରହିଛି । ଡବଲ ଇଞ୍ଜିନ ବିଶିଷ୍ଟ ଏହି ବୋଟରେ 6ଟି ପରିବାର ପାଇଁ ବ୍ୟବସ୍ଥା ରହିଛି । ବୋଟଟିକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ ଏଥିରେ ପର୍ଯ୍ୟଟଙ୍କ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ସେହିଭଳି ଏହି ହାଉସବୋଟର ନାମ ଗରୁଡ଼ ଦିଆଯାଇଛି ବୋଲି ଜଣାପଡିଛି।
ଗୁରୁବାର ଚିଲିକାରେ ଆରମ୍ଭ ହେବ ହାଉସବୋଟ ସେବା : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ