ଭୁବନେଶ୍ବର:ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣଙ୍କ ପରେ ଜଣଙ୍କୁ ସମନ କରି ଅର୍ଚ୍ଚନା ସମ୍ପର୍କିତ ତଥ୍ୟ ହାସଲ କରୁଛି ଇଡି । ହୋଟେଲ ଓ ହନିଟ୍ରାପ ଲିଙ୍କରେ ଆର୍ଥିକ କାରବାରର ରାଜ ଖୋଜୁଛି ଇଡି । ଏନେଇ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ତାଜ ଓଡ଼ିଶା ହୋଟେଲର ମାଲିକ ଶିବ ପ୍ରସାଦ ଦାସ । ପ୍ରଥମ ଥର 14 ଘଣ୍ଟା ଧରି ଶିବ ପ୍ରସାଦଙ୍କୁ ଜେରା କରିଥିଲା ଇଡି । ଆଜି ଦ୍ବିତୀୟ ଥର ପାଇଁ ଅଫିସକୁ ଡକାଇ ଆର୍ଥିକ କାରବାରର କାଗଜ ପତ୍ର ମାଗିଛି ଇଡି ।
ଅର୍ଚ୍ଚନାଙ୍କ ସହ କିଭଳି ହୋଇଥିଲା ଆର୍ଥିକ କାରବାର ? ଆର୍ଥିକ କାରବାରର ରାଜ କଣ ? ଏହା ବ୍ୟକ୍ତିଗତ ଥିଲା ନା ବ୍ୟବସାୟିକ ? ଜଣେ ହୋଟେଲ ବ୍ୟବସାୟିକଙ୍କ ସହ କାହିଁକି କରାଯାଇଥିଲା ଆର୍ଥିକ କାରବାର । ଏହାର ରାଜ ଜାଣିବାକୁ ଅନେକ ପ୍ରଶ୍ନ ତିଆରି କରି ହୋଟେଲ ମାଲିକଙ୍କୁ ପଚରାଉଚରା କରିଛି ଇଡି । ତେବେ ପଚରାଉଚରା ପରେ ଇଡି ହାତରେ ଲାଗିଥିବା ସୁରାକ ଆଧାରରେ 2019ରୁ ଅର୍ଚ୍ଚନାଙ୍କ ସମ୍ପର୍କରେ ଥିଲେ ହୋଟେଲ ବ୍ୟବସାୟୀ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଅନେକ ସମୟରେ ଶିବ ପ୍ରସାଦଙ୍କ ହୋଟେଲରେ ବହୁ ସମୟ ଧରି ବିତାଇଛନ୍ତି ।