ଓଡିଶା

odisha

ETV Bharat / state

ହୋଟେଲ ମାଲିକଙ୍କୁ ଲହୁଲୁହାଣ କଲେ ଦୁବୃର୍ତ୍ତ, ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଆକ୍ରମଣ! - hotel owner attacked in bhubaneswar

ଭୁବନେଶ୍ବରରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ
ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

By ETV Bharat Odisha Team

Published : Oct 27, 2023, 6:58 AM IST

ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଖଣ୍ଡାରେ ହାଣି ରକ୍ତାକ୍ତ କଲେ ଦୁବୃର୍ତ୍ତ । ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ହୋଟେଲ ମାଲିକ ଜଣକ ହେଉଛନ୍ତି ସାଜନ ସମନ୍ୟ । ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି । ସାଜନ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଭସାଣୀ ଚାଲିଥିବାବେଳେ କିଛି ଦୁବୃର୍ତ୍ତ ଆସି ସାଜନକୁ ଖଣ୍ଡାରେ ହାଣିଥିବା ନେଇ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ମାଡ ମାରି ଚମ୍ପଟ ମାରିଥିଲେ ବିଜେପି ନେତା, ଗିରଫ କଲା ପୋଲିସ

ତେବେ ସାଜନଙ୍କ ଅଭିଯୋଗ ଅନୁସାରେ, "ଦଶହରା ସମୟରେ ହୋଟେଲ ବନ୍ଦ ଥିବାବେଳେ କେତେକ ଦୁର୍ବୃତ୍ତ ହୋଟେଲରେ ପଶି ଚୋରି କରୁଥିଲେ । ସିସିଟିଭି ଦେଖି ସାଜନ ସମସ୍ତ ଚୋରଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିବାରୁ ସେମାନେ ଆସି ବୁଧବାର ରାତିରେ ସାଜନଙ୍କୁ ଆକ୍ରମଣ କରିଥିଲେ।" ଯେଉଁମାନେ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଜାଣିଥିବା କହିଛନ୍ତି ସାଜନ । ତେବେ ଏହି ଆକ୍ରମଣ ପ୍ରସଙ୍ଗରେ ସାଜନଙ୍କ ସାନ ଭାଇ ସାଫଲ୍ୟ କହିଛନ୍ତି, "ଯେଉଁମାନେ ଏହି ଘଟଣା ଘଟାଇଛନ୍ତି ସେମାନେ ସମସ୍ତେ ଅପରାଧିକ ପୃଷ୍ଠଭୁମିର ଅଟନ୍ତି । ସେମାନେ ମୋ ଉପରେ ରାଗ ରଖି ମୋ ଭାଇକୁ ଆକ୍ରମଣ କରିଛନ୍ତି ।"

ଏହା ବି ପଢନ୍ତୁ...ରାଜଧାନୀରେ ହାଇପ୍ରୋଫାଇଲ ଚୋରି ଘଟଣା: ୨୬ଲକ୍ଷ ଟଙ୍କା ଜବତ, ଖଣ୍ଡଗିରିରୁ ୫ ଗିରଫ

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଗରୁ ଏମାନଙ୍କ ସହ ମିଶୁଥିଲି । ହେଲେ ଏବେ ତାଙ୍କ ସହ ମୁଁ ମିଶୁନଥିବାରୁ ସେମାନେ ଏଭଳି ଘଟଣା ଭିଆଇଛନ୍ତି । ସେମାନେ ମତେ ଅପରାଧିକ କାର୍ଯ୍ୟରେ ସାମିଲ ପାଇଁ କହୁଥିବରୁ ମୁଁ ସେମାନଙ୍କ ସାଥ୍‌ ଛାଡି ଦେଇଥିଲି । ଯେଉଁଥିପାଇଁ ତାଙ୍କ ସହ ମୋର ଝଗଡ଼ା ହୋଇଥିଲା । ତେଣୁ ସେମାନେ ରାଗ ରଖି ଏଭଳି କରିଥାଇ ପାରନ୍ତି ।" ଏହାସହ ସାଜନଙ୍କ ପାଇଁ ସାଫଲ୍ୟ ସମସ୍ତଙ୍କର ନାଁ କହିଥିବାବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ଅନନ୍ତ ସାମନ୍ତରାୟ ବୋଲି କହିଛନ୍ତି । ଅନ୍ୟପଟେ ଏମାନେ ପୋଲିସର ଜିମାରେ ଥିବାବେଳେ କେଉଁ ପରିସ୍ଥିତିରେ ଆସି ସାଜନଙ୍କୁ ଆକ୍ରମଣ କରିଛନ୍ତି ସେନେଇ ପ୍ରଶ୍ନ କରିବା ସହ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଫଲ୍ୟ । ସାଜନ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details