ଓଡିଶା

odisha

ETV Bharat / state

ନିର୍ବାଚନରେ ଅଙ୍କ ବିଗାଡି ପାରନ୍ତି ରୋହିଙ୍ଗ୍ୟା, ଖୋଜାପଡିଛି ଅନୁପ୍ରବେଶକାରୀଙ୍କ ତାଲିକା

Bangladesi and Rohingya Migrants: କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ । ନିର୍ବାଚନ ପୂର୍ବରୁ ତଥ୍ୟ ସଂଗ୍ରହ ସହିତ ଗତିବିଧି ଉପରେ ନଜର ରଖିବାକୁ ଓଡ଼ିଶା ପୋଲିସର ଅଭିଯାନ । ଅଧିକ ପଢନ୍ତୁ

ଅନୁପ୍ରବେଶକାରୀଙ୍କ ଉପରେ ରହିବ କଡା ନଜର, ଆଗାମୀ ନିର୍ବାଚନ ପାଇଁ ଓଡିଶା ପୋଲିସର ସମୀକ୍ଷା
ଅନୁପ୍ରବେଶକାରୀଙ୍କ ଉପରେ ରହିବ କଡା ନଜର, ଆଗାମୀ ନିର୍ବାଚନ ପାଇଁ ଓଡିଶା ପୋଲିସର ସମୀକ୍ଷା

By ETV Bharat Odisha Team

Published : Jan 16, 2024, 9:05 AM IST


ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ବାଂଲାଦେଶୀ ଅନୁପ୍ରବେଶକାରୀ । ଖୋଜା ପଡିଛି ବେଆଇନ ଭାବେ ଭାରତରେ ରହୁଥିବା ରୋହିଙ୍ଗ୍ୟାଙ୍କ ଲିଷ୍ଟ । ଓଡ଼ିଶାରେ କେଉଁଠି ସବୁ ରହୁଛନ୍ତି ବାଂଲାଦେଶୀ ଓ ରୋହିଙ୍ଗ୍ୟା, ସେମାନଙ୍କ ସଂଖ୍ୟା କେତେ ଅଛି ଓ କେଉଁ ଅଞ୍ଚଳରେ ଏମାନେ ବାସ କରୁଛନ୍ତି, ଏନେଇ ତାଲିକା ପ୍ରସ୍ତୁତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆସିଛି ନିର୍ଦ୍ଦେଶ । ତେଣୁ ଓଡ଼ିଶା ପୋଲିସର ବିଭିନ୍ନ ଜିଲ୍ଲାର ସ୍ଥାନୀୟ ଥାନା ସହ ଗୁଇନ୍ଦା ସଂସ୍ଥା‌ ଏନେଇ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳ, ନିଜ ଜିଲ୍ଲାର ଏସପିଙ୍କୁ ଜଣାଇଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶନିବାର ବସିଥିବା ପ୍ରଥମ ପୋଲିସ ବୈଠକରେ ଏ ଦିଗ ଉପରେ ଆଲୋଚନା‌ କରାଯାଇଛି । ବିଶେଷକରି ବେଆଇନ ଭାବେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ରହୁଛନ୍ତି ବାଂଲାଦେଶୀ । ଯେଉଁମାନେ କି ଓଡିଶାର ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଇଛନ୍ତି । ବିଭିନ୍ନ ପ୍ରକାର କଳା କାରବାରରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳରେ ବିସ୍ତାର ସୃଷ୍ଟି କରୁଛନ୍ତି । ଏପରିକି କେତେକ ସ୍ଥଳରେ ସେମାନେ ଅସତ୍ ଉପାୟରେ ନକଲି ଭାରତୀୟ ନାଗରିକତା ହାସଲ କରୁଛନ୍ତି । ତେଣୁ ସେମାନଙ୍କ ପ୍ରଭାବ ଆଗାମୀ ନିର୍ବାଚନରେ ପଡିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ଥାନୀୟ‌ ଥାନାମାନଙ୍କୁ ସେମାନଙ୍କ ତଥ୍ୟ ସଂଗ୍ରହ ସହ ଗୁଇନ୍ଦା ଜରିଆରେ ଗତିବିଧି ନଜର ରଖିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଠିକା କାମରେ ବାଧା ଦେଉଛନ୍ତି ସ୍ଥାନୀୟ ଗୁଣ୍ଡା, ଥାନା ଘେରିଲେ ଠିକାଦାର ସଙ୍ଘ

ରାଜ୍ୟରେ 33 ହଜାର 740 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 1 ହଜାର 649 ଥିବାବେଳେ, ଭଦ୍ରକ ଜିଲ୍ଲାରେ 199, ଖୋର୍ଦ୍ଧା ଜିଲ୍ଲାରେ 17, ଜଗତସିଂପୁର ଜିଲ୍ଲାରେ 1 ହଜାର 112, ମାଲକାନଗିରି ଜିଲ୍ଲାରେ 655, ନବରଙ୍ଗପୁର ଜିଲ୍ଲାରେ 106 ଜଣ ଓ ବରଗଡ ଜିଲ୍ଲାରେ 2 ଜଣ ଅନୁପ୍ରବେଶକାରୀ ଥିବା ଗୃହମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ । କିନ୍ତୁ ମନ୍ତ୍ରୀଙ୍କ ତଥ୍ୟ ଠାରୁ ରାଜ୍ୟରେ ଢେର ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । ଏପରିକି ଅନେକ ସମୟରେ ରାଜ୍ୟରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଏମାନେ ସାମିଲ ହେଉଛନ୍ତି । ଦେହ ବ୍ୟବସାୟଠାରୁ ଆରମ୍ଭ କରି ଚୋରି ଛିନତାଇ, ନିଶା କାରବାର ଓ ବଟି ଆଦାୟ ଭଳି ଅପରାଧରେ ସେମାନଙ୍କ ସମ୍ପୃକ୍ତି ରହୁଛି । ସେହିପରି ୨୦୧୯ରେ ମଧ୍ୟ ଏସଟିଏଫ ଦ୍ବାରା ୧୫ରୁ ୧୯ ବାଙ୍ଗଲା ଯୁବତୀ ଧରାପଡିବା ସହ ସର୍ଟ ଷ୍ଟେ ହୋମରେ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖସି ଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details