ଭୁବନେଶ୍ବର: ରାଜ୍ୟରେ ଜାରି ଥିବା ଏଫଆଇଏଚ ପୁରୁଷ ହକି ବିଶ୍ବକପ ଶେଷ ପର୍ଯ୍ୟାୟରେ ରହିଛି । ପୁଲ, କ୍ବାର୍ଟର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ କ୍ଲାସିଫିକେସନ ମ୍ୟାଚ ମଧ୍ୟ ଶେଷ ହୋଇଛି । ଆଜି ଆଉ ଏକ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ମୁକାବିଲା ରହିଛି । ଏହା ସହିତ ଆଉ 3ଟି କ୍ଲାସିଫିକେସନ ମ୍ୟାଚ ମଧ୍ୟ ରହିଛି । ସମସ୍ତ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି ଡଟ୍ କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ରାତି 7ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ ଅଛି ।
ଆଜି ପ୍ରଥମ କ୍ଲାସିଫିକେସନ ମ୍ୟାଚ ମାଲେସିଆ ଓ ଜାପାନ ମଧ୍ୟରେ ପୂର୍ବାହ୍ନ 11ଟା 30ରେ ଖେଳାଯିବ । ଏହାପରେ ଅପରାହ୍ନ 2ଟାରେ ଫ୍ରାନ୍ସ ଓ ଚିଲି ପରେ ଅପରାହ୍ନ 4ଟା 30ରେ ଆର୍ଜେଣ୍ଟିନା ଓ ୱେଲ୍ସ ଓ ରାତି 7ରା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଭାରତ ଓ ଜାପାନ ମଧ୍ୟପରେ ହୋଇଥିବା କ୍ଲାସିଫିକେସନ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଥିଲା । 8-0 ଗୋଲରେ ଜାପାନକୁ ପରାସ୍ତ କରିଥିଲା ହର୍ମନପ୍ରୀତଙ୍କ ନେତୃତ୍ବଧୀନ ଦଳ । ବିଶ୍ବକପରେ ଏହା ଭାରତର 100ତମ ମ୍ୟାଚ ରହିଥିଲା । ସେହିପରି ଆର୍ଜେଣ୍ଟିନା ଓ ଚିଲି ମଧ୍ୟରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଆର୍ଜେଣ୍ଟିନା ବିଜୟ ଲାଭ କରିଥିଲା । ଫ୍ରାନ୍ସ ଓ ୱେଲ୍ସ ମଧ୍ୟରେ ହୋଇଥିବା ମୁକାବିଲା ଡ୍ର ହୋଇଥିଲା ।
ଏହା ବି ପଢନ୍ତୁ...Hockey World Cup 2023: ଶେଷ ମିନିଟରେ ଗୋଲ ଦେଇ ଫାଇନାଲରେ ଜର୍ମାନୀ, ବିଦାହେଲା ଅଷ୍ଟ୍ରେଲିଆ