ଓଡିଶା

odisha

ETV Bharat / state

Black marketing of Hockey World Cup tickets: ହକି ବିଶ୍ବକପ ଟିକେଟ କଳାବଜାରୀ, 5 ଗିରଫ

ଏଫଆଇଏଚ ପୁରୁଷ ହକି ବିଶ୍ବକପ ମ୍ୟାଚ ପାଇଁ ଟିକେଟ କଳାବାଜାରୀ ଦେଖିବାକୁ ମିଳିଛି । ପୋଲିସ ଘଟଣାରେ 5 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Black marketing of hockey match tickets
Black marketing of hockey match tickets

By

Published : Jan 18, 2023, 1:13 PM IST

ହକି ବିଶ୍ବକପ ଟିକେଟ କଳାବଜାରୀ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପରେ ଟିକେଟ କଳାବଜାରୀ ହେଉଥିବା ସାମ୍ନାକୁ ଆସିଛି । ଭାରତ-ୱେଲ୍ସ ମ୍ୟାଚ ଦେଖିବାକୁ ଡିମାଣ୍ଡ ବଢୁଛି । ଏହାର ସୁଯୋଗ ନେଇ ଟିକେଟ କଳାବଜାରୀ କରୁଥିବାବେଳେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଷ୍ଟାଡିୟମ ବାହାରେ ବ୍ଲାକରେ ଟିକେଟ ବିକ୍ରି କରୁଥିବାବେଳେ 5 ଜଣଙ୍କୁ ବାନ୍ଧିଛି ପୋଲିସ । ଆସନ୍ତାକାଲି (ଗୁରୁବାର) କଳିଙ୍ଗ ଷ୍ଟାଡିୟମରେ ଭାରତ- ୱେଲ୍ସ ମ୍ୟାଚ ରହିଛି ।

୨୦୦ ଟଙ୍କା ଟିକେଟକୁ ୨ ହଜାରରେ ବିକ୍ରି କରୁଥିବା ବେଳେ ୪00 ଟିକେଟକୁ ୩ ହଜାରରେ ବିକ୍ରି କରୁଥିଲେ । ମ୍ୟାଚ ଡିମାଣ୍ଡ ଦେଖି ଟିକେଟ ବ୍ଲାକରେ ବିକ୍ରି ହେଉଥିବା ଖବରପାଇ ସ୍ପେଶାଲ ସ୍କ୍ବାଡ୍ ଷ୍ଟାଡିୟମ ପାଖରେ ୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ 5 ଜଣ ହେଲେ ସରୋଜ ସେଠୀ,ସରୋଜ କୁମାର ବଳଲିଙ୍ଗରାଜ ମହାନ୍ତି,ଏମ ଡି ତାହିମ୍ରଶ୍ମି ରଞ୍ଜନ ସାହୁ । ଭାରତ-ୱେଲ୍ସ ମ୍ୟାଚ ଟିକେଟକୁ କଳାବଜାରୀ କରି ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଅଭିଯୁକ୍ତମାନେ ଧରାପଡିଛନ୍ତି ।

ଏହା ବି ପଢନ୍ତୁ...Hockey World Cup: ଜାପାନ ଭାଙ୍ଗିଲା ନିୟମ, 11 ବଦଳରେ ଖେଳିଲେ 12 ଖେଳାଳି

ପୋଲିସ ସୂଚନା ମୁତାବକ କିଛି ଯୁବକ ଏପରି କିଛି ଟିକେଟ୍ ବିକ୍ରି କରୁଥିବାର ଖବର ପାଇଥିଲା । ଏନେଇ ଏକ ସିକ୍ରେଟ ଅପରେସନ ଜାରି ରଖିଥଲା । ଯାହାକୁ ନେଇ ଷ୍ଟାଡିୟମ ପାଖରେ ସାଧା ବେଶରେ ବୁଲିଥିଲେ । ଏପରି ବୁଲିବା ବେଳେ ଯେଉଁମାନେ ଟିକେଟ ବିକ୍ରି କରୁଥିଲେ ସେମାନଙ୍କୁ ଠାବ କରିଥିଲେ । ଏପରିକି ନିର୍ଦ୍ଧାରିତ ମୂଲ୍ୟର ଟିକେଟକୁ ଢେର ଗୁଣ ଅଧିକରେ ବିକ୍ରି କରୁଥିଲେ । ସେମାନଙ୍କୁ ରଙ୍ଗେ ହାତ ଧରିଥିଲା ସ୍ପେଶାଲ ସ୍କ୍ବାଡ ଟିମ୍ । ସେମାନଙ୍କଠୁ ୩୫ଟି ଟିକେଟ ସହ ୧୦ ହଜାର ୩ ଶହ ଟଙ୍କା ଜବତ କରିଛି ପୋଲିସ। ତେବେ କେବଳ ହକି ଟିକେଟ ନୁହେଁ ଡଟ୍ ଫେଷ୍ଟ ଟିକେଟ ମଧ୍ୟ ବ୍ଲାକ କରୁଥିଲେ । ଏପରିକି କିଛି ଲୋକଙ୍କଠୁ ପାସ ଆଣି ମଧ୍ୟ ବିକ୍ରି କରୁଥିବାର ସୂଚନା ରହିଛି ।

ଜବତ ୩୫ଟି ଟିକେଟରେ ପାଖାପାଖି ୨୦ଟି ଟିକେଟ ୧୯ ତାରିଖର‌ ରହିଛି । ଯେଉଁଥିରେ ୪ଟି ମ୍ୟାଚ ଦେଖିବା ପାଇଁ ଟିକେଟ ପ୍ରାବଧାନ ରହିଛି । ଯେହେତୁ ଗୋଟିଏ ଟିକେଟରେ ୪ଟି ମ୍ୟାଚ ରହିଥିଲା । ଦିନ ୧ଟାରେ ମାଲେସିଆ ବନାମ ନ୍ୟୁଜିଲାଣ୍ଡ ରହିଥିଲା । ଦିନ ୩ଟାରେ ନେଦରଲ୍ୟାଣ୍ଡ ବନାମ ଚିଲି ଏବଂ ୫ଟା ରେ ସ୍ପେନ ବନାମ ଇଂଲଣ୍ଡ ପରେ ସନ୍ଧ୍ୟା ୭ଟାରେ ଭାରତ ବନାମ ଓ୍ବେଲସ ମ୍ୟାଚ ରହିଥିଲା । ଯାହାକୁ ନେଇ ମ୍ୟାଚ ଟିକେଟ ପାଇଁ ବହୁତ ଡିମାଣ୍ଡ ରହିଥିଲା। ଏ

ମାନେ ଆଗରୁ ଅନଲାଇନରେ ଟିକେଟ କିଣିଥିଲେ ଓ ପରେ କିଛି କାଉଣ୍ଟରରୁ ମଧ୍ୟ କିଣିଥିଲେ‌ । ସେସବୁ ଟିକେଟକୁ ରଖି ଏପରି ବ୍ଲାକରେ ବିକ୍ରି କରୁଥିଲେ । କିଛି ବ୍ୟାଙ୍କ ଅଧିକାରି ଓ ବଡ ବଡ ଅଫିସର ଲୋକ ମଧ୍ୟ ଏମାନଙ୍କ ସହ ଯୋଗାଯୋଗ କରିଥିଲେ । ୮ଟି ଟିକେଟକୁ ୬୦ହଜାରରେ ବିକ୍ରି କରିଥିବା ତଦନ୍ତ ବେଳେ ଜଣାପଡିଛି । ଏନେଇ ପୋଲିସ ୪୨୦,୩୪,୩୪ଏରେ, ଓୟୁଏଟି ଆକ୍ଟରେ ଗିରଫ କରିଛି । ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details