ଭୁବନେଶ୍ବର: ଭାରତୀୟ ହକି ଦଳ ସୁନାର ଚଢେଇ । ସେବେ ହଜିଥିଲା ଏବେ ପୁଣି ତାର ଜଲୱା ଦେଖାଇଛି । ଏମିତି କିଛି କହିଛନ୍ତି ହକି ଲିଜେଣ୍ଡ ଅବତାର ସିଂ ସୋହଲ । ଭୁବନେଶ୍ବର ଓ ରାଉରକେଲାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । ଏହାକୁ ନେଇ ସବୁଠି ଉତ୍ସାହ । ହକି ଦେଖିବାକୁ ଶିଖ୍ ୟୁନିୟନ କ୍ଲବର ଆସିଥିବା 5 ଜଣିଆ ହକି ଲିଜେଣ୍ଡ ଆଗାମୀ ମ୍ୟାଚ ପାଇଁ ଭାରତକୁ ଶୁଭେଚ୍ଛା ଦେବା ସହ ଭାରତୀୟ ହକି ଦଳକୁ ସୁନାର ଚଢେଇ ବୋଲି କହିଛନ୍ତି ।
ଆଜି କମ୍ପିବ କଳିଙ୍ଗ । ରାତି 7ଟାରେ ମୁହାଁମୁହିଁ ହେବେ ଭାରତ ଓ ୱେଲ୍ସ । ମ୍ୟାଚ ନେଇ ହକିପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହି ମ୍ୟାଚ ଦେଖିବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଶିଖ୍ ୟୁନିୟନ କ୍ଲବ । ଯାହାକି କେନିଆର ଏକ ଚର୍ଚ୍ଚିତ କ୍ଲବ୍ । ଯେଉଁଠି ପ୍ରସ୍ତୁତ ହୋଇଛନ୍ତି ୨୮ଜଣ ହକି ଅଲମ୍ପିଆନ ଖେଳାଳି । ତାଙ୍କ ସହ ସାକ୍ଷାତକାରରେ ସେ ଭାରତୀୟ ଦଳକୁ ସୁନାର ଚଢେଇ କହିଛନ୍ତି । ଏହା ସହ ଆଗାମୀ ମ୍ୟାଚ ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ ହକି ଟିମକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ । ଆଗରୁ ଭାରତୀୟ ଟିମ୍ ଆଗରୁ ଲୁଚିଥିଲା ଏବେ ପୁଣି ବାହାରକୁ ଆସିଛି । ଭାରତୀୟ ହକି ଖେଳାଳି ଖେଳ ଓ ଖେଳାଳିଙ୍କ ମଧ୍ୟରେ ଜୋସ ଜବରଦସ୍ତ ରହିଛି । ଏଥିପାଇଁ ଭାରତ ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଆସିଛନ୍ତି । ବିଶେଷ କରି ଭାରତୀୟ ଟିମକୁ ସପୋର୍ଟ କରିବାକୁ ସେମାନେ ଆସିଛନ୍ତି । FIH ସହିତ ଅନୁବନ୍ଧିତ ହୋଇ ୧୦ଜଣ ଶିଖ ୟୁନିୟନର କ୍ଲବର ସଦସ୍ୟ ପହଞ୍ଚିଛନ୍ତି । ଭାରତୀୟ ହକି ଟିମ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରିଛନ୍ତି ।