ଭୁବନେଶ୍ବର:ହକିକୁ ମିଳିବ ନୂଆ ରୂପ। ହକିର ବିକାଶ ନେଇ ବଦଳିବ ରୂପରେଖ । ଅଲିମ୍ପିକ ଓ ବିଶ୍ୱକପରେ ସ୍ବର୍ଣ୍ଣପଦକ ହାସଲ ପାଇଁ ପଡିଲା ମୂଳଦିଆ। ଯେଉଁଥିରେ ଯୁବ ପ୍ରତିଭାକୁ ଚିହ୍ନଟ କରି ଦିଆଯିବ ସ୍ପେଶାଲ ତାଲିମ। ଯାହାର ଅଂଶ ବିଶେଷ ଆସନ୍ତା ମାର୍ଚ୍ଚ 19 ତାରିଖରୁ ହକି ଇଣ୍ଡିଆ ପକ୍ଷରୁ ଜୋନାଲ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଆଜି ହକି ଇଣ୍ଡିଆ ନୂତନ ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଘୋଷଣା କରିଛି। ଯାହା ଯୁବ ପ୍ରତିଭାଙ୍କୁ ଅନ୍ବେଷଣ କରିବା ଏବଂ ପୁରୁଷ ଓ ମହିଳାଙ୍କ ପାଇଁ ଜାତୀୟ ସିନିୟର ଓ ଜୁନିୟର ଦଳର ଶକ୍ତି ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଛି।
ପ୍ରତ୍ୟେକ ଜୋନ ଉତ୍ତର, ଦକ୍ଷିଣ , ପୂର୍ବ ଏବଂ ପଶ୍ଚିମରେ ସବୁଠାରୁ ପ୍ରତିଭାବନ ଖେଳାଳି ଖୋଜିବା ପାଇଁ ଲକ୍ଷ୍ୟ ରଖିଛି। ଏନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି, ହକି ଇଣ୍ଡିଆ ଚମ୍ପିୟାନସିପ ପରି ଏହି ଜୋନାଲ ପ୍ରତିଯୋଗିତା ଆୟୋଜନ କରାଯିବ। ଏହାସହ ଯେଉଁମାନେ ଜୋନାଲ ପ୍ରତିଯୋଗିତାରେ ଭଲ ଖେଳିବେ ସେମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ସୁଯୋଗ ଦିଆଯିବ। ଗ୍ରାସରୁଟ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଏବଂ ସିଲେକ୍ଟର ରହିବେ। କୋର ଗ୍ରୁପ କରାଯାଇ ଖେଳାଳିଙ୍କୁ ତାଲିମ ଦିଆଯିବ।