ଖୋର୍ଦ୍ଧା: ପ୍ରାଣନାଥ ସ୍ବଂୟଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ମହାସମାରୋହ ଉଦଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ରୂପେ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ।
ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ - ଖୋର୍ଦ୍ଧା ପିଏନ କଲେଜ
ଖୋର୍ଦ୍ଧାର ପିଏନ କଲେଜର ହୀରକ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ
ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ
ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ରୂପେ କଲେଜ ପରିଚାଳନା କମିଟି ସଭାପତି ଜିତୁ ମିତ୍ର ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପିଏନ କଲେଜର ଅଧ୍ୟକ୍ଷା ସୌଦାମିନୀ ଦାସ ଏହି ମଞ୍ଚରେ ସଭାପତିତ୍ବ କରିଥିଲେ । ଏହି ଅବସରପ୍ରାପ୍ତ ଅଧ୍ୟକ୍ଷ ଓ କୃତି ପୁରାତନ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ହୀରକ ଜୟନ୍ତୀ ସମାରୋହ ଆସନ୍ତାକାଲି ଉଦଯାପିତ ହେବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ