ଖୋର୍ଦ୍ଧା: ନିକାତାଙ୍କୁ ନ୍ୟାୟ ପାଇଁ ହିନ୍ଦୁରାଜ ସଂଗଠନର ବିକ୍ଷୋଭ । ବହୁଚର୍ଚ୍ଚିତ ହରିୟାଣାର ଫରିଦାବାଦ କଲେଜ ଛାତ୍ରୀ ନିକିତା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ହିନ୍ଦୁରାଜ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜୟୀରାଜଗୁରୁ ଭବନଠାରେ ମଙ୍ଗଳାବର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ସଂଗଠନର ସଦସ୍ୟ ପ୍ରକାଶ ହାତୀ, ସତ୍ୟଜିତ ବେହେରା, ଅବିନାଶ ପଟ୍ଟନାୟକ, ଶଶାଙ୍କ ଶେଖର ଦଳାଇ, ରିତେଶ ମଙ୍ଗରାଜ ପ୍ରମୁଖ ସ୍ବର୍ଗତ ନିକିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମେତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ନିକିତାଙ୍କୁ ନ୍ୟାୟ ଦାବିରେ ହିନ୍ଦୁରାଜ ସଂଗଠନର ବିକ୍ଷୋଭ - ବହୁଚର୍ଚ୍ଚିତ ଫରିଦାବାଦ କଲେଜ ଛାତ୍ରୀ ନିକିତାଙ୍କୁ ନ୍ୟାୟ ଦାବି
ହରିୟାଣାର ବହୁଚର୍ଚ୍ଚିତ ଫରିଦାବାଦ କଲେଜ ଛାତ୍ରୀ ନିକିତା ହତ୍ୟାକାଣ୍ଡ ଘଟଣାରେ ତାଙ୍କୁ ନ୍ୟାୟ ଦେବା ପାଇଁ ହିନ୍ଦୁରାଜ ସଂଗଠନର ବିକ୍ଷୋଭ । ଅଧିକ ପଢନ୍ତୁ...
ନିକିତାଙ୍କୁ ନ୍ୟାୟ ଦାବିରେ ହିନ୍ଦୁରାଜ ସଂଗଠନର ବିକ୍ଷୋଭ
ନିକିତାଙ୍କୁ ନ୍ୟାୟ ଦାବିରେ ହିନ୍ଦୁରାଜ ସଂଗଠନର ବିକ୍ଷୋଭ
ନିକଟରେ ଫରିଦାବାଦ କଲେଜର ଛାତ୍ରୀ ନିକିତା ପରୀକ୍ଷା ଦେଇ କଲେଜରୁ ବାହାରକୁ ଆସୁଥିବା ସମୟରେ 2 ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଜବରଦସ୍ତ ଗାଡିରେ ବସାଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣକ ବସିବାକୁ ମନା କରିବାରୁ 2 ଦୁର୍ବୃତ୍ତ ତାଙ୍କୁ ସେଠାର ଗୁଳି କରି ଫେରାର ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ନିକିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ