ଓଡିଶା

odisha

ETV Bharat / state

ନିଆରା ମାଣିକାଗୋଡା ଦଶହରା, କର୍ତ୍ତା ସାଜନ୍ତି ମୁସଲିମ ସମ୍ପ୍ରଦାୟ - ଖୋର୍ଦ୍ଧା ମାଣିକାଗୋଡା ଦଶହରା

ଭାଇଚାରାର ନିଆରା ପରମ୍ପରା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମର ଦଶହରା ପର୍ବ । ହିନ୍ଦୁ ଓ ମୁସଲମାନ ମାନେ ଏକାଠି ପାଳନ କରିଥାନ୍ତି । ଦଶହରା ଦିନ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲିମ ସମ୍ପ୍ରଦାୟ । ଅଧିକ ପଢନ୍ତୁ...

ଭାଇଚାରା ପ୍ରୀତିର ନିଆରା ପରମ୍ପରା ମାଣିକାଗୋଡା ଦଶହରା
ଭାଇଚାରା ପ୍ରୀତିର ନିଆରା ପରମ୍ପରା ମାଣିକାଗୋଡା ଦଶହରା

By

Published : Oct 25, 2020, 10:55 PM IST

ଖୋର୍ଦ୍ଧା : ଭାଇଚାରା ପ୍ରୀତିର ନିଆରା ପରମ୍ପରା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମର ଦଶହରା ପର୍ବ । ଅଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ରାତିରୁ କୋଭିଡ କଟକଣା ନିୟମକୁ ମାନି ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଛି ପୂଜା ।

ଭାଇଚାରା ପ୍ରୀତିର ନିଆରା ପରମ୍ପରା ମାଣିକାଗୋଡା ଦଶହରା

ଓଡିଶା ପ୍ରସିଦ୍ଧ ଏହି ପର୍ବ ଷୋଡଶ ଶତାବ୍ଦୀର ଶେଷ ଭାଗରୁ ଏଠାରେ ପାଳନ ହୋଇଆସୁଥିବାର ଲୋକକଥା ରହିଛି । ଏହି ପର୍ବକୁ ହିନ୍ଦୁ ଓ ମୁସଲମାନ ମାନେ ଏକାଠି ପାଳନ କରିଥାନ୍ତି । ସେହପରି ଏଠାରେ ଦଶହରା ଦିନ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ ସମ୍ପ୍ରଦାୟର ଦଳବେହେରା । ମାଣିକଗୋଡା ଦଶହରା ସମଗ୍ର ଭାରତରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସକରୁଛନ୍ତି ।

ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା । ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଦଶମୀ ତିଥିରେ ଉଦଯାପନ ହୋଇଛି । ଷୋଡଶ ଶତାବ୍ଦୀରୁ ଏହି ପର୍ବ ଏହି ଭଳିପାଳନ କରାଯାଉଥିବା ଗ୍ରାମବାସୀ କୁହନ୍ତି । ଦଶହରା ପର୍ବ ଉପଲକ୍ଷେ ସପ୍ତମୀ ତିଥିରେ ମୁସଲମାନ ଦଳ ବେହେରା ଶେଖ ମୁଜିବୁର ରେହମାନ୍ କଛାମାରୀ ଧୋତି ପିନ୍ଧି ଗଜପତିଙ୍କ ପଦତ୍ତ ଖଡଗ ଆଣି ମା କନକ ଦୁର୍ଗାଙ୍କ ଅପରାଜିତା ହୋମରେ କର୍ତା ସାଜି ସାରା ବିଶ୍ବକୁ ଭାଇଚାରାର ବାର୍ତା ବାଣ୍ଟିଥିବା ଦେଖିବାକୁ ମିଳିଛି ।

ଏହାକୁ ଦେଖିବାକୁ ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସୁଥିବା ବେଳେ ଚଳିତ କରୋନା କଟକଣା ପାଇଁ ଏଥିରେ ରୋକ ଲାଗିଛି । ଚଳିତ ବର୍ଷ ପରମ୍ପରା ଅନୁଯାଇ ବିଧି ରଖିବା ପାଇଁ କୋଭିଡ ନିୟମ ମାନି ନିରାଡମ୍ବର ଭାବେ ଏହି ପର୍ବ ପାଳିତ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details