ଓଡିଶା

odisha

ETV Bharat / state

ୟୁଟର୍ଣ୍ଣ ନେବ ଓଡ଼ିଶା ରାଜନୀତି ! ନୂଆ ମୋଡ଼ ଆଣିଛି 3 ରାଜ୍ୟର ଫଳାଫଳ - ବିଜେପି ସାମ୍ବାଦିକ ସମ୍ମିଳନୀ

3 ରାଜ୍ୟରେ ବିଜୟ ପରେ ଓଡ଼ିଶାରେ ବି ସରକାର ଗଢ଼ିବା ନେଇ ବିଜେପିର ଦମ୍ଭୋକ୍ତି । ସାମ୍ବାଦିକ ସମ୍ମିଳନୀ କରି ଏପରି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

Bjp press meet on election result
Bjp targets bjd

By ETV Bharat Odisha Team

Published : Dec 4, 2023, 3:14 PM IST

ନୂଆ ମୋଡ଼ ଆଣିଛି 3 ରାଜ୍ୟର ଫଳାଫଳ

ଭୁବନେଶ୍ବର: 3 ରାଜ୍ୟରେ ବିଜୟ ପରେ ଓଡ଼ିଶାରେ ବି ସରକାର ଗଢ଼ିବା ନେଇ ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ ଦେଇଛନ୍ତି । ରାଜସ୍ଥାନ, ଛତିଶଡଗଡ଼ ଓ ମଧ୍ୟପ୍ରଦେଶରେ ବିଜେପର ବିରାଟ ବିଜୟ ହୋଇଛି । ଏହି 3 ରାଜ୍ୟର ଫଳାଫଳ ଓଡିଶା ଉପରେ ପଡିବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେ କହିଛନ୍ତି, "ୟୁଟର୍ଣ୍ଣ ନେବ ଓଡ଼ିଶା ରାଜନୀତି । 3 ରାଜ୍ୟରେ ବିଜୟ ପରେ ଓଡ଼ିଶାରେ ବି ସରକାର ଗଢ଼ିବ ବିଜେପି । ଗତକାଲି ଫଳାଫଳ ଭାରତୀୟ ରାଜନୀତିକୁ ଗୋଟେ ନୂଆ ମୋଡ଼କୁ ନେଇଛି । ଏଥିରୁ ସ୍ପଷ୍ଟ ମୋଦିଙ୍କ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଭରସା ଓ ବିଶ୍ୱାସ ରହିଛି । ପ୍ରତାରଣା, ଦୁର୍ନିତୀଗ୍ରସ୍ତ, ପ୍ରଚାର ଏବଂ ଘୋଷଣା ସର୍ବସ୍ବ କଲେ ଭୋଟ ଦେବେନି ଜନତା । କେନ୍ଦ୍ର ସରକାରଙ୍କ ଅନୁଦାନ ଲୁଟ୍ କରିବାର ଫଳ କଂଗ୍ରେସ ଏବଂ ଅନ୍ୟ ଦଳକୁ ଭୋଗିବାକୁ ପଡ଼ିଛି । ଓଡ଼ିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ବେଭିଚାର ସରକାର ଚାଲିଛି । ଉତ୍ତରାଧିକାରୀ ବାଛିବାରେ ଓଡ଼ିଶା ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳୁଛନ୍ତି ସରକାର । ହେଲିକପ୍ଟରରେ 300 କୋଟି ଏବଂ ଲୋକଙ୍କୁ ବୋହିବାର 200 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଓଡ଼ିଶା ସରକାର । ତେଣୁ ଏ ସରକାରଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ କ୍ରୋଧ ଅଛି ।

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ମୋଦୀଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତେଣୁ 2024ରେ ଜୋରଦାର ଲଢେଇ ହେବ । ଫଳାଫଳ ଏକ ପାଖିଆ ହେବ । ବିଜେପି ସରକାର ଗଢ଼ିବ । ବିଜେପି ବିଜୟୀ କରାଇଥିବାରୁ 3 ରାଜ୍ୟବାସୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ମୋଦି, ଶାହ ଓ ନଡ୍ଡାଙ୍କ ନେତୃତ୍ୱ ବଳରେ ଦଳର ପ୍ରଦର୍ଶନ ଭଲ ରହିଛି । ଆମେ କେନ୍ଦ୍ର ନେତୃତ୍ୱ ସହ ଅଛୁ । 24ରେ ମୋଦି ପ୍ରଧାନମନ୍ତ୍ରୀ ହେବ ସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ଜନ ସାଧାରଣଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି । ଏଥର ରାଜ୍ୟରେ ସରକାର ଗଢ଼ିବ ବିଜେପି । ଲଢେଇ ଜୋରଦାର ହେବ । ଆଟାକିଙ୍ଗ ମୁଡରେ ଲଢ଼ି ସିଟ ହାତେଇବ ବିଜେପି । ଘୋଷଣା ସର୍ବସ୍ବ ନୁହେଁ ବିଜେପି କାମକୁ ଗୁରୁତ୍ୱ ଦିଏ ।"

ଏହା ବି ପଢନ୍ତୁ...ନିର୍ବାଚନ ଫଳାଫଳ ନେଇ ସରଗରମ ଓଡ଼ିଶା ରାଜନୀତି: ବିଜେପିର ସେଲିବ୍ରେସନ୍‌, ବିଜେଡି କହିଲା ପ୍ରଭାବ ପଡ଼ିବନି

ନିର୍ବାଚନରେ ୩ଟି କଥା ସ୍ପଷ୍ଟ ହୋଇଛି । ପ୍ରଚାର ସର୍ବସ୍ବ ହେଲେ ଲୋକେ ଭୋଟ ଦିଅନ୍ତି ନାହିଁ, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହରିଲୁଟ କରିଥିଲେ ତାହା ମଧ୍ୟ ଲୋକ ଗ୍ରହଣ କରିନାହାଁନ୍ତି ଏ କଥା ସ୍ପଷ୍ଟ ହୋଇଛି । କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି। ଗରିବ, ମହିଳା, କୃଷକ ଓ ଯୁବ ଏହି ଚାରି ଜାତିଙ୍କର ଯଦି ବିକାଶ ହେବ ତାହା ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ଟ୍ରେଲର ଥିଲା, ୨୪ରେ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି ଆସୁଛି । ଓଡିଶା ଲୋକଙ୍କୁ ମଧ୍ୟ ଧନ୍ୟବାଦ । ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details