ଓଡିଶା

odisha

ETV Bharat / state

ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ନୂଆ କୋର୍ସ ଖୋଲିବା ଦିଗରେ ଫୋକସ - ଭୂପିନ୍ଦର ସିଂ

ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ । ଏହି ବୈଠକରେ ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବା, ଖାଲି ଥିବା ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିଶ । ଅଧିକ ପଢନ୍ତୁ

higher education standing committee meeting
higher education standing committee meeting

By

Published : Aug 2, 2023, 10:04 AM IST

Updated : Aug 2, 2023, 2:31 PM IST

higher education standing committee meeting

ଭୁବନେଶ୍ବର: ରାଜ୍ୟର ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ବସିଥିଲା ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ବୈଠକ । ବୈଠକରେ ନିମନ୍ତ୍ରିତ ସଦସ୍ୟଙ୍କ ସହିତ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସଚିବ, ବିଶ୍ୱବିଦ୍ୟାଳୟର ଭିସି ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବା, ଖାଲି ଥିବା ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିଶ କରାଯାଇଛି ।

ଏନେଇ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, ‘ପିଜି, ଡିଗ୍ରୀ, କଲେଜ ଓ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ଓ ଅଧ୍ୟାପକ କର୍ମଚାରୀ ପଦ ଖାଲି ନେଇ ଆଲୋଚନା ହୋଇଛି । ଆମ ବିଭାଗର ପଦକ୍ଷେପ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଷ୍ଟାଣ୍ଡିଙ୍ଗ କମିଟିକୁ ଜଣାଇଛୁ ।’ ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, ‘ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦ ପୂରଣ ପାଇଁ ବୈଠକରେ ପ୍ରସ୍ତାବ ଦେଇଛୁ । ଡିଗ୍ରୀ କଲେଜରେ ପିଜି କୋର୍ସ ଖୋଲିବା ସହ ସୁବିଧା ଓ ଅସୁବିଧା ସମ୍ପର୍କରେ ମତ ରଖିଛୁ । NAAC ରେ ଭଲ ସ୍କୋର କରିବା ପାଇଁ ରିସର୍ଚ୍ଚ ପାଞ୍ଚ ବର୍ଷ ଯାଏ ଭଲ ପ୍ରକାଶନ ହେବ ଓ ଭିତ୍ତିଭୂମି ଭଲ ରହିବା ଦରକାର । NAACର ସାତ କ୍ରାଇଟେରିଆ ଅଛି । ସବୁ କ୍ରାଇଟେରିଆ ଗୁରୁତ୍ୱପୂର୍ଣ୍ଣ ।’

ଅନ୍ୟପଟେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ, ନୂଆ ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଛୁ । ନୂଆ କୋର୍ସ ପାଇଁ ବି ଅନୁରୋଧ କରିଛୁ । ବାଲେଶ୍ୱରରେ ପରିବେଶ ନେଇ ବହୁ ସମସ୍ୟା ଆସୁଛି । ତେଣୁ ପରିବେଶ ବିଜ୍ଞାନ ବିଭାଗ ଖୋଲିବାକୁ ପ୍ରସ୍ତାବ ଦେଇଛୁ । ସ୍ଥାନୀୟ ପରିପ୍ରେକ୍ଷୀରେ ଯେଉଁ ବିଷୟର ଆବଶ୍ୟକତା ରହିଛି, ସେହି ଅନୁସାରେ ନୂଆ କୋର୍ସ ଖୋଲିବାକୁ ଅନୁରୋଧ କରିଛୁ । ଯେଉଁ ବିଶ୍ଵବିଦ୍ୟାଳୟରେ ଯାହା ସ୍ଥାନୀୟ ଆବଶ୍ୟକତା ରହିଛି, ତାକୁ ଦେଖି କମିଟି ନୂଆ କୋର୍ସ ପାଇଁ ରାଜି ହୋଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ 47 ଅଧ୍ୟାପକ ଓ 37 ଅଣଶିକ୍ଷକ ପଦ ଖାଲି ରହିଥିବା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି, ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ

ସେହିପରି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭୁପିନ୍ଦର ସିଂ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ଥିବା ସମସ୍ୟା, ଖାଲିଥିବା ଅଧ୍ୟାପକ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗର ସଚିବ କମିଟି ଆଗରେ ଉପସ୍ଥାପନ କରିଥିଲେ । ଯାହାକୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ସହମତି ପ୍ରକାଶ କରିଥିଲେ । ତେବେ ଏହି ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି କିମ୍ବା ତାଙ୍କର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ । ଏନେଇ ଉଚ୍ଚଶିକ୍ଷା ସଚିବ ଓ ଷ୍ଟାଣ୍ଡିଙ୍ଗ କମିଟି ସିରିୟସ ନୋଟ ନେଇଛନ୍ତି । ସେମାନଙ୍କ ବିଷୟରେ ଉଚ୍ଚଶିକ୍ଷା ବିଭାଗ ବୁଝିବ । ସେପଟେ ନିର୍ଦ୍ଦିଷ୍ଟ କାରଣରୁ ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ରେଭେନ୍ସା ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି କମିଟିକୁ ଅବଗତ କରାଇଥିଲେ । ହେଲେ ସେମାନଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରତିନିଧି ଭାବେ ବୈଠକରେ ସାମିଲ ହୋଇଥିବା ନେଇ କହିଛନ୍ତି । ତେବେ ଏହି ବୈଠକରେ ନିମନ୍ତ୍ରିତ ସଦସ୍ୟଙ୍କ ସହିତ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସଚିବ, ବିଶ୍ୱବିଦ୍ୟାଳୟର ଭିସି ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 2, 2023, 2:31 PM IST

ABOUT THE AUTHOR

...view details