ଓଡିଶା

odisha

ETV Bharat / state

ଗାଇଡଲାଇନ ଅନୁସାରେ ହୋଇନି ପିଜି ଆଡ଼ମିଶନ ! ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ - ପିଜି ଆଡ଼ମିଶନ

ଗାଇଡଲାଇନ ଅନୁସାରେ ପିଜି ଆଡ଼ମିଶନ ହୋଇନଥିବା ଅଭିଯୋଗ । ତଦନ୍ତ ପାଇଁ ସମସ୍ତ ବିଶ୍ଵବିଦ୍ୟାଳୟ କଲେଜର ପିଜି କାଉନସିଲ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 20, 2023, 10:17 AM IST

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ୟୁନିଭର୍ସିଟି, କଲେଜରେ ପିଜି ନାମଲେଖା ୟୁଜିସିର ଗାଇଡଲାଇନ ଅନୁସାରେ ହୋଇନଥିବା ଅଭିଯୋଗ । ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ପିଜି କାଉନସିଲ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୪ କ୍ରେଡିଟ ପଏଣ୍ଟରୁ କମ୍ ପାଇ କିଛି ଆଡମିଶନ ହୋଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ କରି ଏନେଇ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ନୂଆ କୋର୍ସ ଖୋଲିବା ଦିଗରେ ଫୋକସ

pg admission inquiry

ଚିଠିରେ ଉଲ୍ଲେଖ ରହିଛି ଯେ, ୟୁଜିସି ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ୍‌ ପାଇଁ ସର୍ବନିମ୍ନ 24 କ୍ରେଡିଟ୍ ପଏଣ୍ଟ୍‌ ଆବଶ୍ୟକ । କିନ୍ତୁ ଚୟନକର୍ତ୍ତା କାଗଜପତ୍ରରେ 24ରୁ କମ୍ କ୍ରେଡିଟ୍ ପଏଣ୍ଟ ଥାଇ ମଧ୍ୟ କିଛି ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେଇଛନ୍ତି । ଯାହା ସାଧାରଣ ଭାବରେ 2023-24ରେ ଦର୍ଶାଯାଇଥିବା ୟୁଜିସିର ନିର୍ଦ୍ଦେଶାବଳୀ ବିରୋଧ ଅଟେ । ତେଣୁ ଏହି ପ୍ରସଙ୍ଗକୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଅନୁସନ୍ଧାନ କରିବା ସହ ଚୟନ ପକ୍ରିୟା କାଗଜପତ୍ରରେ 24ରୁ କମ୍ କ୍ରେଡିଟ୍ ପଏଣ୍ଟ ଥିବା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ଆଡମିଶନ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି । ଯଦି ଏପରି କୌଣସି ମାମଲା ଚିହ୍ନଟ ହୁଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ-ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା

ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତ ବର୍ଷ ବିଶ୍ଵବିଦ୍ୟାଳୟ ଓ କଲେଜ ସମେତ 110ଟି ଶିକ୍ଷାନୁଷ୍ଠାନରେ ପିଜି ପାଠ୍ୟକ୍ରମ ରହିଛି । ଏହି ଶିକ୍ଷାନୁଷ୍ଠାନରେ 27 ହଜାର 816 ସିଟ୍‌ ରହିଛି । ପିଜି ପାଠ୍ୟକ୍ରମରେ ଏକାଧିକ କଲେଜ ବା ବିଶ୍ୱବିଦ୍ୟାଳୟରେ ସିଟ୍‌ ପୂରଣ ନହେବାରୁ ବାରମ୍ବାର ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ କଲେଜ୍‌ ବିଶ୍ୱବିଦ୍ୟାଳୟରେ ପିଜି ପାଇଁ ସିଟ୍‌ ମଧ୍ୟ ପୂରଣ ହୋଇପାରିଲା ନାହିଁ । ଏପଟେ ୟୁଜିସିର ଗାଇଡଲାଇନ୍‌ ଭଙ୍ଗ କରି କିଛି ଛାତ୍ର ଛାତ୍ରୀଙ୍କ ଆଡମିଶନ ହୋଇଥିବା ଅଭିଯୋଗ ହୋଇଛି।

କିଛିଦିନ ପୂର୍ବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାରେ ଅନିୟମିତତା ଅଭିଯୋଗ ଆଣିଥିଲେ ଜଣେ ଛାତ୍ର । ଏହାର ପ୍ରତିବାଦରେ ସେ ଦୀର୍ଘ ସମୟ ହେଲା କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏମ୍‌ବିଏରେ ନାମ ଲେଖାଇ ନପାରିବାରୁ ଧାରଣା ଦେଇଥିଲେ ଆୟୁଷ୍ମାନ ଅଗ୍ରୱାଲ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details