ଭୁବନେଶ୍ବର:ନିଯୁକ୍ତି ପାଇବେ ୧୦୬୫ ଅଧ୍ୟାପକ । ଏନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଏହା ଦ୍ଵାରା ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକରେ ପୂରଣ ହେବ ଅଧ୍ୟାପକ ପଦବୀ । ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ । ତେବେ ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରେ ରହିଛି ୩୪୭ ମହିଳାଙ୍କ ପାଇଁ ସିଟ ରହିଛି।
ଅନୁସୂଚିତ ଜାତି ୧୭୦ ଓ ଅନୁସୂଚିତ ଜନଜାତି ପାଇଁ ୨୩୬ ପଦବୀ ସଂରକ୍ଷିତ। ତେବେ ଏହି ମିଯୁକ୍ତି ସିଲେକ୍ସନ୍ ବୋର୍ଡ ବା SSB ପକ୍ଷରୁ କରାଯିବ । ଯାହା ଉଚ୍ଚଶିକ୍ଷା ବିଭାଗ ଅଧିନରେ ଦିଆଯିବ ଏହି ଚାକିରି । ବିଭିନ୍ନ ବିଷୟ ପାଇଁ ୧୦୬୫ ଅଧ୍ୟାପକ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକରେ ନିଯୁକ୍ତି ଦିଆଯିବ। ସମସ୍ତ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ SSBର ଅଫିସିଆଲ ୱେବସାଇଟ www.ssbodisha.ac.in କୁ ଯାଇ ଆବେଦନ କରିପାରିବେ। ତେବେ ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରେ ରହିଛି ୩୪୭ ମହିଳାଙ୍କ ପାଇଁ ସିଟ ରହିଛି।
ଏହା ବି ପଢନ୍ତୁ- ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି, ୧୩ରୁ ଆବେଦନ
ତେବେ ବିଭାଗ ଅନୁଯାୟୀ ଦେଖିଲେ, ଆନ୍ଥ୍ରୋପଲୋଜି ଓ ଆଇଆରପିଏମ ବିଭାଗରେ ୨ଟି ପଦବୀ ରହିଥିବା ବେଳେ ବାୟୋ ଟିକ୍ନୋଲୋଜିରେ ଗୋଟିଏ ପଦବୀ, ଉଦ୍ଭିଦ ବିଜ୍ଞାନରେ ୫୧ଟି ପଦବୀ, ରସାୟନ ବିଜ୍ଞାନରେ ୭୫ଟି ପଦବୀ, ବାଣିଜ୍ୟରେ ୭୩ ପଦବୀ, ଅର୍ଥନୀତିରେ ୧୪୬ ପଦବୀ, ଏଜୁକେସନରେ ୫୬ ପଦବୀ, ଇଂରାଜୀରେ ୧୧୫ ପଦବୀ, ଭୂଗୋଳ, ଜିଓଲୋଜି, ହିନ୍ଦୀ ପରିସଙ୍ଖ୍ୟାନ ବିଭାଗରେ ୪ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଭାବରେ ଇତିହାସରେ ୭୧ ପଦବୀ, ହୋମ ସାଇନ୍ସରେ ୧୦ଟି ପଦବୀ, ଲ' ବିଭାଗ ଓ ଲାଇବ୍ରେରୀ ତେଲୁଗୁ, ଊର୍ଦ୍ଦୁ ବିଭାଗରେ ଗୋଟିଏ ପଦବୀ ପ୍ରକାଶ ପାଇଛି।
ସେହିଭଳି ଭାବରେ ଲଜିକ-ଫିଲୋସଫିରେ ୩୭ ପଦବୀ ରହିଥିବା ବେଳେ ଗଣିତରେ ୫୨ ପଦବୀ, ଫିଜିକ୍ସରେ ୫୪ ପଦବୀ, ଓଡିଆରେ ୪୯ ପଦବୀ, ପଲ୍ଟିକାଲ ସାଇନ୍ସରେ ୧୪୬ ପଦବୀ, ସାଇକୋଲୋଜିରେ ୧୨ ପଦବୀ, ସଂସ୍କୃତରେ ୩୭ ପଦବୀ, ସୋସିୟଲୋଜିରେ ୧୮ଟି ପଦବୀ, ପ୍ରାଣୀ ବିଜ୍ଞାନରେ ୩୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ଆଶାୟୀ ପ୍ରାର୍ଥୀମାନେ ଅଧ୍ୟାପକଙ୍କ ପାଇଁ ଆବେଦନ କରୁଥିବା ବେଳେ ବୟସ ସୀମା ରହିଛି ୨୧ରୁ ୪୨ ବର୍ଷ ବୟସ । ଯାହା ଏସସି ଆଶାୟୀ ଓ ଏସଟି ଆଶାୟୀମାନଙ୍କ ପାଇଁ ୫ ବର୍ଷ ଅଧିକ ରହିଛି । ମୋଟ ଆକାରରେ ୨୦୦ ମାର୍କ ରହୁଥିବା ବେଳେ କ୍ୟାରିୟର ମାର୍କ ୨୫ ( PhDରେ ୨୫ ମାର୍କ ଏବଂ MPhil or j.r.f କିମ୍ବା net), ଲିଖିତ ମାର୍କ ରହିଛି ୧୫୦ ଏବଂ viva-voce ରହିଛି ୨୫ ମାର୍କ ।
ଇଟିଭି ଭାରତ, ଭୁବନେଶ୍ବର