ଭୁବନେଶ୍ବର: ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସାମ୍ସ ନିୟମ ଉଲ୍ଲଂଘନ କରି ୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ ୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଆସନ୍ତା ୧୧ ତାରିଖ ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସାମ୍ସ ନିୟମ ଉଲ୍ଲଙ୍ଘନ କରି ନାମ ଲେଖାଇଥିବାରୁ ପିଲାଙ୍କ ଭବିଷ୍ୟତ ଖରାପ ହେବାର ଆଶଙ୍କା ରହିଛି । ସରକାରୀ ମାର୍ଗ ଦର୍ଶିକାର ଉଲ୍ଲଘଂନ କରିଥିବାରୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ସେନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୧୯ଟି କଲେଜଗୁଡ଼ିକ ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ୨ଟି କଲେଜ, ବାଲେଶ୍ବରରେ ୨ ଟି କଲେଜ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ମାଲକାନଗିରି ଓ ନୟାଗଡ଼ରେ ଗୋଟିଏ ଲେଖାଏଁ କଲେଜ, କଟକରେ ୩ ଟି ଡିଗ୍ରୀ କଲେଜ, ଖୋର୍ଦ୍ଧା ଓ ପୁରୀରେ ୩ଟି ଲେଖାଁଏ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।