ଓଡିଶା

odisha

ETV Bharat / state

ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ, ଧାରଣା ଦେଲେ ଶିକ୍ଷକ - ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକଙ୍କା ଧାରଣା

ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଠିକା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ରେଗୁଲାର କରିଥିଲେ । ହେଲେ ଏପର୍ଯ୍ୟନ୍ତ ଏହା ଲାଗୁ ହୋଇନଥିବା ବେଳେ ଆନ୍ଦୋଳନ କରିଛନ୍ତି ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକ । ଅଧିକ ପଢନ୍ତୁ

ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ, ଧାରଣା ଦେଲେ ଶିକ୍ଷକ
ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ, ଧାରଣା ଦେଲେ ଶିକ୍ଷକ

By

Published : Dec 3, 2022, 8:43 PM IST

Updated : Dec 3, 2022, 10:00 PM IST

ଭୁବନେଶ୍ବର:ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହୋଇଛି । ଖୋଜ ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରଥାକୁ ଉଚ୍ଛେଦ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଧା ଏହାକୁ କାର୍ଯ୍ୟକାରୀ ହେଉନଥିବା ନେଇ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ସିନା ଚୁକ୍ତି ଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ କିନ୍ତୁ ବିଭାଗ ସେ ନେଇ ତତ୍ପରତା ଦେଖାଉ ନଥିବା ଅଭିଯୋଗ ଆସୁଛି । ଯାହା ଫଳରେ ଆଜି ବିଭାଗୀୟ କାର୍ଯ୍ୟଳୟ ସମ୍ମୁଖରେ ଧାରଣ ଦେଇଛନ୍ତି ରେଗୁଲାର ଆଶାରେ ଥିବା ସରକାରୀ ହାଇସ୍କୁଲ CBT ଶିକ୍ଷକ (High School CBT teachers protest )।

ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ, ଧାରଣା ଦେଲେ ଶିକ୍ଷକ

ଏନେଇ ସଂଘ କହିଛି, "ଦୀର୍ଘ ଦିନ ଅପେକ୍ଷା ପରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ୯ ତାଲା ଘେରାଉ କରିଛି। ମୁଖ୍ୟମନ୍ତ୍ରୀ ଐତିହାସିକ ରାୟ ଦେଲେ ଏବଂ ଚୁକ୍ତି ଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ ବୋଲି ଘୋଷଣା କରିଥିଲେ । ହେଲେ ଦୀର୍ଘ ଦିନ ଅପେକ୍ଷା ପରେ ବି ଗଣଶିକ୍ଷା ବିଭାଗରେ ୨୦୧୬ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୨୦୧୩ରେ ଆଲଟମେଣ୍ଟ ରୁଲ ବଳରେ ହୋଇଥିବା ୧୮ ହଜାର ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ତାହା ସତ୍ତ୍ବେ ମଧ୍ୟ ଶିକ୍ଷକ ମାନଙ୍କୁ ରେଗୁଲାର କରାଯାଇନାହିଁ କି ସେମାନଙ୍କ ଦାବିକୁ ଶୁଣାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ରାୟକୁ ଦେଢ ମାସ ବିତିଗଲାଣି । ତେବେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ରେଗୁଲାର ଅର୍ଡର ପ୍ରଦାନ କରନ୍ତୁ ।"

ଏହା ବି ପଢନ୍ତୁ- ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

ସୂଚନା ଥାଉ କି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଗତ ଅକ୍ଟୋବର ୧୫ ତାରିଖରେ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପ୍ରଥା ଉଚ୍ଛେଦ କରିବା ପରେ ସେ ସରକାରୀ କର୍ମଚାରୀ ମାନଙ୍କୁ ଭଲ କାମ କରିବା ପାଇଁ ଅନୁରୋଧ କରିଥିଲେ । ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ-ଟିମ ୱାର୍କ, ଟେକନୋଲୋଜି, ଟ୍ରାନ୍ସପରେନ୍ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜ୍ବଳ କରନ୍ତୁ । ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜଧାନୀରେ ଠିକା କର୍ମଚାରୀଙ୍କ ବିଗ୍‌ ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଠିକା କର୍ମଚାରୀ ମାନେ ବାଜା ବଜାଇ ବାଣ ଫୁଟାଇ ନିଜର ଖୁସି ଜାହିର କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 3, 2022, 10:00 PM IST

ABOUT THE AUTHOR

...view details