ଭୁବନେଶ୍ବର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଲିଲାଣି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୦ଟି ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡ଼ ଜିଲ୍ଲାର କିରେଇ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଠାରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୋମବାର ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର କେତେକ ଅଞ୍ଚଳରେ ରାତି ବେଳେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ, କନ୍ଧମାଳର ଜି ଉଦୟଗିରିରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୨ ଡିଗ୍ରୀ, କନ୍ଧମାଳର ଫୁଲବାଣୀରେ ୧୨.୨ ଡିଗ୍ରୀ, ଦାରିଙ୍ଗବାଡ଼ି ୧୨.୫ ଡିଗ୍ରୀ, ସୁନ୍ଦରଗଡ଼ ୧୩ ଡିଗ୍ରୀ, ଝାରସୁଗୁଡା ୧୩.୨ ଡିଗ୍ରୀ, ଭଦ୍ରକର ରାଣୀତାଲ୍ରେ ୧୪.୫ ଡିଗ୍ରୀ, କୋରାପୁଟର ସେମିଳିଗୁଡ଼ାରେ ୧୪.୫ ଡିଗ୍ରୀ ଓ ବରଗଡ଼ରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।