ଓଡିଶା

odisha

ETV Bharat / state

କାଳବୈଶାଖୀ ବର୍ଷା ଜାରି, ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା - ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

heavy rainfall expected in odisha
heavy rainfall expected in odisha

By

Published : Apr 26, 2023, 7:54 PM IST

ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର :ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ ଭାବେ ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବା ସହ କେତେକ ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି । କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ କୁଆପଥର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହପରି ବିଜୁଳି ଘଡଘଡି ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ଉପକୂଳର ଅନ୍ୟ ୬ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ ଓ ଭଦ୍ରକରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ପବନର ବେଗ ଅଧିକରୁ ଅଧିକ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିଥିଲା । ଏମିତିକି କୁଆପଥର ବର୍ଷା ମଧ୍ୟ ହୋଇଛି । ଏହିଭଳି ପାଗ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହି ପାଣିପାଗ ବିଭାଗ । ଆଜି ମଧ୍ୟ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ । ବର୍ଷା ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ କୋରାପୁଟର ଜୟପୁରରେ ସର୍ବାଧିକ ୯୮.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଆଗାମୀ ୪ରୁ ୫ ଦିନ ମଧ୍ୟ ଏଭଳି ପାଣିପାଗର ସମ୍ଭାବନା ଥିବା ବେଳେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ଆକଳନ କରିଛି । କାରଣ ଗୁରୁଚାପ ବଳୟ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି । ଯାହାକି ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାରେ ସହାୟକ ହେଉଛି । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ପରିଲକ୍ଷିତ ହୋଇଛି । ତେବେ ଟ୍ୱିନ୍‌ ସିଟିରେ ଯଦିଓ ଖରା ହେଉଛି କିନ୍ତୁ, ବର୍ଷାର ପ୍ରଭାବ ବିଶେଷ ନଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details