ଓଡିଶା

odisha

ETV Bharat / state

ପଶ୍ଚିମା ଝଡ ପ୍ରଭାବ: ଆହୁରି ୪ ଦିନ କାଚିବ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ରାଜ୍ୟରେ ବର୍ଷା ଜାରି

ଆଜିଠାରୁ ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

heavy rainfall expected in odisha
ଆଜିଠାରୁ ପଶ୍ଚିମା ଝଡ ପ୍ରଭାବ

By

Published : Mar 29, 2023, 7:15 PM IST

ଆଜିଠାରୁ ପଶ୍ଚିମା ଝଡ ପ୍ରଭାବ

ଭୁବନେଶ୍ବର: ପଶ୍ଚିମା ଝଢ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଉପାନ୍ତରୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସବୁଠି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏଁ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଜିଠାରୁ ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ସମୟରେ ଅସହ୍ୟ ତାତି ହେବା ସହ ଅପରାହ୍ନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ରାୟଗଡା, କନ୍ଧମାଳ, ଏବଂ କୋରାପୁଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌. ଆର ବିଶ୍ବାସ କହିଛନ୍ତି, "୩୧ ତାରିଖରେ ଦକ୍ଷିଣ ଓଡ଼ିଶାର ପ୍ରବଳ ମାତ୍ରାରେ ବର୍ଷା ହେବାର ଆକଳନ କରାଯାଇଛି । କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୩୧ ତାରିଖରେ ସାରା ରାଜ୍ୟରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ । ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିଲୋମେଟର ବେଗର ପବନ ବହିବ । ଏଭଳି ବର୍ଷା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।"

ଗତ ୨୪ ଘଣ୍ଟାରେ ରାଜ୍ୟରେ ଖରା ସହ କାଳବୈଶାଖୀର ପ୍ରଭାବ ରହିଥିଲା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ତେବେ ଅନ୍ୟସବୁ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା । ମାଲକାନଗିରିରେ ସର୍ବାଧିକ ବର୍ଷା ୪୭ ମିମି ରେକର୍ଡ କରାଯାଇଛି । ସେହିପରି ସୋନପୁରରେ ସର୍ବାଧିକ ୩୮.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଏପ୍ରିଲ ୨ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ଆସୁଛି । ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା ଝଡ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details