ଓଡିଶା

odisha

ETV Bharat / state

ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼ - Rose Garden

Odisha Raj Bhavan Garden : ଗତ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ । ଫୁଲ ବଗିଚା, ୱାଟର ଫାଉଣ୍ଟେନ, ବିଭିନ୍ନ ପ୍ରକାର ମୟୁର ଆଦି ଦେଖି ଲୋକ ହେଉଛନ୍ତି ଆନନ୍ଦିତ । ଅଧିକ ପଢନ୍ତୁ

ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼
ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼

By ETV Bharat Odisha Team

Published : Jan 7, 2024, 10:34 PM IST

ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼

ଭୁବନେଶ୍ବର : ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ । ଗତ ଶନିବାରଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଆଜି (ରବିବାର) ଛୁଟି ଥିବାରୁ ରାଜଭବନ ପରିସରରେ ଲୋକମାନଙ୍କ ବେଶ ଭିଡ ଲାଗିରହିଥିଲା । ଏଭଳି ପରିଦର୍ଶନ ବର୍ଷରେ ଥରେ ଆସୁଥିବାରୁ ଲୋକମାନେ ଏହି ସୁଯୋଗକୁ ହାତ ଛଡା ନ କରି ରାଜଭବନ ବୁଲିବାକୁ ଆସୁଛନ୍ତି । କେବଳ ଭୁବନେଶ୍ବର ବାସିନ୍ଦା ନୁହଁନ୍ତି ବରଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣର ଲୋକମାନେ ପରିଦର୍ଶନ ପାଇଁ ଆସୁଥିବାରୁ ରାଜଭବନ ପରିସରରେ ଖଚାଖଚ ଭିଡ ରହିଥିଲା । ତେବେ ରାଜଭବନ ଲୋକମାନଙ୍କ ଖୋଲାଥିବା ବେଳେ ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ପ୍ରକାରର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇଥିଲେ । କେବଳ ଫୁଲ ବଗିଚା ନୁହେଁ ୱାଟର ଫାଉଣ୍ଟେନ ସହ ବିଭିନ୍ନ ମୟୂର, ବତକ ଭଳି ପ୍ରକାର ପକ୍ଷୀ ଓ ହରିଣ ଦେଖିବାର ମଜା ନେଇଥିଲେ ।

ଉଦ୍ୟାନରେ ପରିବାର ସହ ବସି ଖୁସିରେ ମଜା ମସ୍ତି କରି କ୍ୟାମେରାରେ ଖୁସିର ମୁହୂର୍ତ୍ତକୁ କଏଦ କରିଛନ୍ତି । ବିଶେଷକରି ଛୋଟ ପିଲାମାନେ ଏହି ସୁଯୋଗକୁ ଭରପୁର ମଜା ଉଠାଇଛନ୍ତି । ସାଧାରଣତଃ ରାଜଭବନ ପରିସରକୁ କାହାକୁ ପ୍ରବେଶ ପାଇଁ ଅନୁମତି ନଥିବା ବେଳେ ଏହି ସୁଯୋଗ ମିଳିଥିବାରୁ ବେଶ ଖୁସି ହୋଇଥିଲେ ଛୋଟ ଛୋଟ ପିଲା ଓ ଛାତ୍ରଛାତ୍ରୀମାନେ । ସବୁଠାରୁ ବଡ କଥା ହେଉଛି ପିଲାମାନେ ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଫୋଟୋ ବା ସେଲ୍ଫି ଉଠାଇ ଖୁସି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ

ରାଜଭବନରେ ଏହି ଉଦ୍ୟାନକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ପରିବାର ସହ ଆସି ବୁଲି ଖୁସି ହୋଇ ଘରକୁ ଫେରିଛନ୍ତି । ସମସ୍ତ ବର୍ଗର ଲୋକଙ୍କ ପାଇଁ ଚିତ୍ତ ବିନୋଦନ ସହିତ ଜ୍ଞାନ ଅର୍ଜନ ପାଇଁ ସୁଯୋଗ ପ୍ରଦାନ କରିଛି ଏହି ପରିଦର୍ଶନ । ଅନ୍ୟପଟେ ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିଥିବା ବେଳେ କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ ।

ଏଥିପାଇଁ ଦର୍ଶକଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ Raj Bhavan Garden Visit ଆପ୍ ଡାଉନ୍‌ଲୋଡ କରିବାକୁ ପଡ଼ିବ । ଗୋଟିଏ ମୋବାଇଲ ନମ୍ବରରେ ସର୍ବାଧିକ ୮ ଜଣଙ୍କର ନାମ (୪ ଜଣ ବୟସ୍କ ଓ ଅନ୍ୟ ୪ ଜଣଙ୍କର ବୟସ ୧ରୁ ୧୮ ବର୍ଷ) ପଞ୍ଜୀକରଣ କରାଯାଇପାରିବ । ଛୁଟି ଦିନ ସହ ରବିବାର ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ । ଗତ ଜାନୁଆରୀ ୬ ତାରିଖ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ୨୦ ତାରିଖ ପର୍ଯ୍ୟନ୍ତ ଏହା ସର୍ବସାଧାରଣ ପରିଦର୍ଶନ ପାଇଁ ଖୋଲା ରହିବା ସହ ପ୍ରତିଦିନ ଅପରାହ୍ନ ୨ଟା ୩୦ ମିନିଟରୁ ଅପରାହ୍ନ ୫ଟା ସମୟ ପର୍ଯ୍ୟନ୍ତ ଖୋଲା ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details