ଭୁବନେଶ୍ବର:ଆଜି ବଡ଼ ଦିନ ବା ଖ୍ରୀଷ୍ଟମାସ । ବଡ଼ ଦିନରେ ନନ୍ଦନକାନନରେ ଜମିଛି ପର୍ଯ୍ୟଟକ ଭିଡ଼ । ସୋମବାର ନନ୍ଦନକାନନ ବନ୍ଦ ରହୁଥିଲେ ସୁଦ୍ଧା ବଡ଼ ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାଯାଇଛି । ସକାଳୁ ନନ୍ଦନକାନନ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଗହଳି ଜମିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ରହିଛନ୍ତି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ପାଲଟିଛି ରୋପ୍-ୱେ ।
ବଡ଼ ଦିନ ହେଉ ବା ନୂଆ ବର୍ଷ, ଏହି ଦିନମାନଙ୍କରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସମ୍ଭାଳ ଭିଡ ଦେଖିବାକୁ ମିଳେ । ଆଜି ନନ୍ଦନକାନନ ଛୁଟି ରହିଥିବା ବେଳେ ବଡ଼ ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ ଖୋଲା ରହିଛି । ସବୁ ବର୍ଗର ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ରହିଛନ୍ତି । ଏହାରି ଭିତରେ ପର୍ଯ୍ୟଟକଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ରୋପ-ୱେ ରହିଛି ।
ଏହା ବି ପଢନ୍ତୁ- ୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ
ଏ ନେଇ ଜଣେ ପର୍ଯ୍ୟଟକ କହିଛନ୍ତି, "ପୂର୍ବରୁ ଯାହା ନନ୍ଦନକାନନ ରହିଥିଲା ତାହା ବେଶ ଅଧିକ ବୃଦ୍ଧି ପାଇଛି । ଅନେକ ବନ୍ୟଜନ୍ତୁ ଦେଖିବାକୁ ମିଳୁଛି । ସଫାସୁତରା ମଧ୍ୟରେ ରହିଛି ନନ୍ଦନକାନନ। ଯେହେତୁ ବର୍ତ୍ତମାନ ପର୍ଯ୍ୟଟନ ଋତୁ ତେଣୁ ଅନେକ ସ୍ଥାନରୁ ସ୍କୁଲ ପିଲାମାନେ ଆସୁଛନ୍ତି । ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସୁରକ୍ଷା ଅତ୍ୟନ୍ତ ଜରୁରୀ ।" ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ ଜୀବଜନ୍ତୁ ରହିଥିବା ଦେଖିବାକୁ ମିଳୁଛି । ବିଶେଷ ଭାବରେ ବାଘ ଭାଲୁ ଓ ରାତ୍ରିଚର ପ୍ରାଣୀ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ ।