ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରୀ । ଆଜି କିନ୍ତୁ ରାଜ୍ୟବାସୀଙ୍କୁ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଲଗାତାର 40 ଡିଗ୍ରୀ ତାପମାତ୍ରା ପାର କରୁଥିବା ବେଳେ ଆଜି ସାଢେ 11ଟା ସୁଦ୍ଧା ତାପମାତ୍ରା ବିଭିନ୍ନ ସହରରେ ହ୍ରାସ ପାଇଛି । ପଶ୍ଚିମ ଓଡିଶାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡାରେ ସର୍ବାଧିକ 38.8 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ସେହିପରି ସାଢେ 11ଟା ସୁଦ୍ଧା ସମ୍ବଲପୁରରେ 37.6 ଡିଗ୍ରୀ, ହୀରାକୁଦରେ 37.4 ଡିଗ୍ରୀ,ଚାନ୍ଦବାଲିରେ 36 ଡିଗ୍ରୀ, ପୁରୀରେ 38 ଡିଗ୍ରୀ, ପାରାଦ୍ବୀପରେ 33.2 ଡିଗ୍ରୀ, ଭୁବନେଶ୍ବରରେ 33.2 ଡିଗ୍ରୀ, କେନ୍ଦୁଝରରେ 31 ଡିଗ୍ରୀ, ବାଲେଶ୍ବରରେ 30 ଡିଗ୍ରୀ ଓ ଗୋପାଳପୁରରେ 28.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା ସାମାନ୍ୟ କମିଥିବାରୁ ରାଜ୍ୟବାସୀଙ୍କ ଆଶ୍ବସ୍ତି ମିଳିଛି ।
ଗତକାଲି ଏହି ସମୟରେ ସମ୍ବଲପୁର ଓ ଝାରସୁଗୁଡାରେ ତାପମାତ୍ରା 42.06 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ହୀରାକୁଦରେ 41.8 ଡିଗ୍ରୀ, ଭୁବନେଶ୍ବରରେ 39.8 ଡିଗ୍ରୀ, ବାଲେଶ୍ବରରେ 35 ଡ଼ିଗ୍ରୀ, କେନ୍ଦୁଝର 39 ଡ଼ିଗ୍ରୀ, ଚାନ୍ଦବାଲିରେ 37.6 ଡ଼ିଗ୍ରୀ, ପୁରୀରେ 34.4 ଡ଼ିଗ୍ରୀ, ଗୋପାଳପୁରରେ 33 ଡ଼ିଗ୍ରୀ ଓ ପାରାଦ୍ବୀପରେ 33.8 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଗତକାଲି ଏହି ସମୟରେ ଭୁବନେଶ୍ବରରେ ତାପମାତ୍ରା 42.2 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।