ଓଡିଶା

odisha

ETV Bharat / state

Weather Update: ମାର୍ଚ୍ଚରୁ କଲବଲ କଲାଣି ଖରା ଅସ୍ତବ୍ୟସ୍ତ ଜନଜୀବନ - ରାଜଧାନୀ ପାରା 37 ଡିଗ୍ରୀ

ପାଣିପାଗ ବିଭାଗର ସୂଚନା ଅନୁସାରେ ମାର୍ଚ୍ଚ ୧୦ ରୁ ୧୬ ତାରିଖ ମଧ୍ୟରେ ବି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ୧୫ ଦିନ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ, ଫଳରେ ତାତି ଅଧିକ ଅନୁଭୂତ ହେବ। ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଛି। ହେଲେ ଏପ୍ରିଲ ଓ ମେ ମାସରେ ସବୁଠାରୁ ଅଧିକ ଖରା ସାଙ୍ଗକୁ ହିଟ ୱେବ ନେଇ ସତର୍କ କରିଛି ବିଭାଗ। ଅଧିକ ପଢନ୍ତୁ

Weather Update: ମାର୍ଚ୍ଚରୁ କଲବଲ କଲାଣି ଖରା ଅସ୍ତବ୍ୟସ୍ତ ଜନଜୀବନ
Weather Update: ମାର୍ଚ୍ଚରୁ କଲବଲ କଲାଣି ଖରା ଅସ୍ତବ୍ୟସ୍ତ ଜନଜୀବନ

By

Published : Mar 4, 2023, 8:31 PM IST

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ କଲବଲ କଲାଣି ଖରା । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଏପରି ଆହୁରି ରାଜ୍ୟରେ ୧୫ ଦିନ ଅସ୍ତବ୍ୟସ୍ତ କରିବ ଟାଣ ଖରା। ଟାଣ ଖରା ଯୋଗୁଁ ଦିନରେ ଘରୁ ବାହାରିବା ଅସମ୍ଭବ ହୋଇପଡିବ। କାରଣ ମୁକ୍ତ ଆକାଶ ଶୁଷ୍କ ବାୟୁର ପ୍ରବାହକୁ ନେଇ ରାଜ୍ୟରେ ଏଣିକି ବଢିବ ତାପମାତ୍ରା । ମାର୍ଚ୍ଚ ୯ ତାରିଖ ସୁଦ୍ଧା ତାପମାତ୍ରା ୩୯ କିମ୍ବା ୪୦ ଡିଗ୍ରୀ ହେବା ନେଇ ସତର୍କ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମାର୍ଚ୍ଚ ୧୦ ରୁ ୧୬ ତାରିଖ ମଧ୍ୟରେ ବି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ୧୫ ଦିନ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ, ଫଳରେ ତାତି ଅଧିକ ଅନୁଭୂତ ହେବ। ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଛି। ହେଲେ ଏପ୍ରିଲ ଓ ମେ ମାସରେ ସବୁଠାରୁ ଅଧିକ ଖରା ସାଙ୍ଗକୁ ହିଟ ୱେବ ନେଇ ସତର୍କ କରିଛି ବିଭାଗ।

ଏହାବି ପଢନ୍ତୁ- ଓଡିଶା ହେବ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ: IT ମନ୍ତ୍ରୀ

ସେପଟେ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମାର୍ଚ୍ଚ ୭ ଏବଂ ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମାର୍ଚ୍ଚ ୭ ତାରିଖରେ ସୁନ୍ଦରଗଡ ,କେଉଁଝର ମୟୁରଭଞ୍ଜ ଝାରସୁଗୁଡା ଦେଓଗଡ ,ସମ୍ବଲପୁର ବରଗଡ଼ରେ ପାଗ ଶୁଖିଲା ରହିବ । ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୮ ତାରିଖରେ ସୁନ୍ଦରଗଡ,କେଉଁଝର ମୟୁରଭଞ୍ଜ ଝାରସୁଗୁଡା ଦେଓଗଡ ,ସମ୍ବଲପୁର ବରଗଡ଼, ନୂଆପଡା ବଲାଙ୍ଗୀର କଳାହାଣ୍ଡି ଓ କନ୍ଧମାଳରେ ବିଜୁଳି ଘଡଘଡି ସହ ବର୍ଷ ହେବାର ସମ୍ଭାବନ ଥିବା ଥିବା ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ଚଳିତ ବର୍ଷ ବର୍ଷା କମ ଥିବାରୁ ମୁଖ୍ୟତ ଭୂଇଁ ଶୁଖିଲା ଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଥରର ଗ୍ରୀଷ୍ମ ପ୍ରବାହକୁ ନେଇ ବେଶ ଚିନ୍ତା ପ୍ରକଟ କରଛନ୍ତି ପାଣିପାଗ ବିଶେଷଜ୍ଞ । ତେଣୁ ଏବେଠାରୁ ସତର୍କ ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଦିନକୁ ଦିନ ତାପମାତ୍ରା ବୃଦ୍ଧିକୁ ନେଇ ରାସ୍ତାରେ ଟାଣ ଖରା ପରିଲିକ୍ଷିତ ହେଉଥିବାରୁ ଦିନ ଗୋଟାଏ ସମୟରେ ରାସ୍ତା ପୁରା ଖାଁ ଖାଁ ଲାଗୁଛି । ସାଧାରଣ ଲୋକେ ଖରାକୁ ଡରି ଯିବା ଆସିବା କମ କରିଥିବା ବେଳେ କେବଳ ଆବଶ୍ୟକତା ଥିବା ଲୋକମାନେ ହିଁ ରାସ୍ତାରେ ଯାଉଥବା ଦେଖିବାକୁ ମିଳିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ମୁଖ୍ୟତ ପାଗ ଶୁଖିଲା ରହିଛି। ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହୁଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୭. ୮ ଡିଗ୍ରୀ ତାପମାତ୍ରା ଭୁବନେଶ୍ୱର ଝାରସୁଗୁଡା ଓ ସମ୍ବଲପୁରରେ ରହିଥିଲା । ସର୍ବନିମ୍ନ ତାପମାତ୍ରା ୧୩.୧୫ ଫୁଲବାଣୀରେ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଏଭଳି ପାଗ ଜାରି ରହିବ । ଭୁବନେଶ୍ୱରରେ ତାପମାତ୍ର ରାଜ୍ୟର ସର୍ବୋଚ୍ଚ ଥିବା ବେଳେ ଦିନର ତାପମାତ୍ରା ଠାରୁ ୩ ଡିଗ୍ରୀ ଅଧିକ ରହୁଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଭୁବନେଶ୍ବରର ନିର୍ଦ୍ଦେଶ ଏଚଆର ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details