ଓଡିଶା

odisha

ETV Bharat / state

Weather Update: ରଜରେ ଜଳିବ ପୁରା ରାଜ୍ୟ ! ଆଜିଠୁ ବଢିବ ତାପମାତ୍ରା - ଆସନ୍ତା 2ଦିନ ରାଜ୍ୟରେ ହେବ ଅସହ୍ୟ ଖରା

ଅସହ୍ୟ କଲାଣି ଟାଇଁ ଟାଇଁ ଖରା । ଆସନ୍ତା 2ଦିନ ରାଜ୍ୟରେ ହେବ ଅସହ୍ୟ ଖରା । ରଜରେ କୋହଲା ପାଗ ହେଲା ସ୍ବପ୍ନ । ଅଧିକ ପଢନ୍ତୁ

heat wave warning
heat wave warning

By

Published : Jun 12, 2023, 8:46 AM IST

ଭୁବନେଶ୍ବର:ରଜରେ ସ୍ବପ୍ନ ହେବ କୋହଲା ପାଗ । ତାତିରେ ଜଳିବ ପୂରା ରାଜ୍ୟ । ଆହୁରି ଦୁଇ ଦିନ ରାଜ୍ୟବାସୀଙ୍କୁ କଲବଲ କରିବ ତାତି । ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିଲେ ବି କିଛି ସ୍ଥାନରେ 4 ରୁ 6 ଡ଼ିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ଫଳରେ ଡହଡହ ଖରା ଓ ଅସହ୍ୟ ଗୁଳିଗୁଳିରେ ପେଶି ହେବେ ରାଜ୍ୟବାସୀ । ଆଗାମୀ 2 ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଏନେଇ ଆଞ୍ଚଳକି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଦିନ 11ଟାରୁ 3 ମଧ୍ୟରେ ଅସହ୍ୟ ଖରା ହେବ । ତେଣୁ ଆବଶ୍ୟକ ନଥିଲେ ଏହି ସମୟରେ ଘରୁ ବାହାରକୁ ନଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ତଥା ରୋଗାଗ୍ରସ୍ତ ଲୋକେ ଖରାରୁ ଦୂରେଇ ରହିବା ସହ ପର୍ଯ୍ୟାପ୍ତ ପାନୀୟ ଜଳ ପିଇବା ସହ ରହୁଥିବା ସ୍ଥାନକୁ ଥଣ୍ଡା ରଖିବାକୁ ପାଣିପାଗ ବିଭାଗ କହିଛି ।

ଖରାରେ ଚାଷ କରିଥିବା ଚାଷୀ ଭାଇମାନେ ନିଜ ଜମିରେ ଜଳସେଚନ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କୁ ନିରାପଦ ସ୍ଥାନରେ ସୁରକ୍ଷିତ କରି ରଖିବା ସହ ଖରାରୁ ଦୂରେଇ ରଖିବା ଆବଶ୍ୟକ । ଆଜି ସକାଳ 5 ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମୟ ଗଡିବା ସାଙ୍ଗକୁ ତାପମାତ୍ରା ମଧ୍ୟ ବୃଦ୍ଧି ହେବ ।

ଏହା ମଧ୍ୟ ପଢନ୍ତୁ-Weather Update: ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ

ଗତକାଲି(ରବିବାର) ବଲାଙ୍ଗୀର ଓ ବରଗଡ଼ରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଭୁବନେଶ୍ବରରେ 42.6 ଡିଗ୍ରୀ ଓ କଟକ ଠାରେ 41.6 ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବ ହେତୁ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଆଉ ତିନି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ରବିବାର କୁହାଯାଇଥିଲା ।

ଜୁନ 8 ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଫଳରେ ରାଜଧାନୀରେ ଅନେକ ସ୍ଥାନରେ ଜଳବନ୍ଦି ହେବା ସହ ବଡ ବଡ ଗଛ ଉପୁଡି ପଡିଥିଲା । କେରଳକୁ ମୌସୁମୀ ଛୁଇଁବାର କିଛିଦିନ ପରେ ଓଡିଶାରେ ମୌସୁମୀ ବର୍ଷା ଆରମ୍ଭ ହୁଏ । ରାଜ୍ୟକୁ କେବେ ମୌସୁମୀ ଛୁଇଁବେ ତା ଅପେକ୍ଷାରେ ଏବେ ରାଜ୍ୟବାସୀ ।

ABOUT THE AUTHOR

...view details