ଭୁବନେଶ୍ବର:ରାଜ୍ୟରେ ଆହୁରି ୩ ଦିନ ଧରି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୧୩ ତାରିଖ ପରେ ତାପମାତ୍ରା ସାମାନ୍ୟ କମ ରହିବ ସହ ଗୁଳୁଗୁଳିରୁ କିଛିଟା ଆଶ୍ବସ୍ତି ମିଳିବ । ରାଜ୍ୟ ଉପରେ ଦୁଇ ପ୍ରକାରର ପାଣିପାଗ ନିୟାମକ ରହିଥିବାରୁ ଆଗାମୀ ୩ରୁ ୪ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏହାକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହା ବି ପଢନ୍ତୁ- ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି