ଓଡିଶା

odisha

Weather Update: ସାଢେ 11ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ପଶ୍ଚିମ ଓଡିଶାରେ ଡହ ଡହ ଖରା । ସାଢେ 11ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ । ଅଧିକ ପଢନ୍ତୁ

By

Published : Jun 18, 2023, 1:28 PM IST

Published : Jun 18, 2023, 1:28 PM IST

jharsuguda records highest temperature
jharsuguda records highest temperature

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ସକାଳ ହେବା ମାତ୍ରେ କଲବଲ କରୁଛି ଟାଇଁ ଟାଇଁ ଖରା । ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ 9ଟାରୁ ଘରୁ ବାହାରିବାକୁ ଭୟ ଲାଗୁଛି । ଲଗାତାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ଆଜି ଦିନ ସାଢେ 11ଟା ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସାଢେ 11ଟା ସୁଦ୍ଧା ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର ଓ ଝାରସୁଗୁଡା । ଏଠାରେ ତାପମାତ୍ରା 42.06 ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ 41.8 ଡିଗ୍ରୀ, ଭୁବନେଶ୍ବରରେ 39.8 ଡିଗ୍ରୀ, ବାଲେଶ୍ବରରେ 35 ଡ଼ିଗ୍ରୀ, କେନ୍ଦୁଝର 39 ଡ଼ିଗ୍ରୀ, ଚାନ୍ଦବାଲିରେ 37.6 ଡ଼ିଗ୍ରୀ, ପୁରୀରେ 34.4 ଡ଼ିଗ୍ରୀ, ଗୋପାଳପୁରରେ 33 ଡ଼ିଗ୍ରୀ ଓ ପାରାଦ୍ବୀପରେ 33.8 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ଏହି ସମୟରେ ଭୁବନେଶ୍ବରରେ ତାପମାତ୍ରା 42.2 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଗତକାଲି କାଲି ତୁଳନାରେ ଆଜି ରାଜଧାନୀରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।

ସେହିପରି ଆଜି ସକାଳ ସାଢେ 8ଟା ସୁଦ୍ଧା ଭୁବନେଶ୍ୱର ରେ 33.2 ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜଧାନୀରେ ଘଣ୍ଟା ପ୍ରତି 18 ରୁ 20 କିମି ବେଗରେ ପବନ ତଥା ଏହି ପବନ ଦକ୍ଷିଣ ଦିଗରୁ ବହୁଥିବାରୁ ଗତକାଲି ତୁଳନାରେ ତାପମାତ୍ରା କମ ରହିବା ସମ୍ଭାବନା ରହିଛି । କସାଳ ସାଢେ 5ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା 30.6 ଡ଼ିଗ୍ରୀ ରେକର୍ଡ ହୋଇଥିଲା । ଶନିବାର ସୋନପୁରରେ ସର୍ବାଧିକ ତାପମାତ୍ରା 45.7 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ବୌଦ୍ଧରେ 45.5 ଡ଼ିଗ୍ରୀ, ସମ୍ବଲପୁର 45.4 ଡ଼ିଗ୍ରୀ, ହୀରାକୁଦରେ 45.1 ଡ଼ିଗ୍ରୀ ଏବଂ ବଲାଙ୍ଗୀରରେ 45 ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଆଗାମୀ 3 ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନରେ 3 ରୁ 5 ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭାବନା ରହିଛି । ଆଜି ଦିନରେ ଆହୁରି ତାପମାତ୍ରା ବୃଦ୍ଧି ହେବ । ଆବଶ୍ୟକ ନଥିଲେ ଘରୁ ନବାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଯଦି ଘରୁ ବାହାରୁଛନ୍ତି ପାଖରେ ଛତା ଓ ପାଣି ବୋତଲ ପାଖରେ ରଖନ୍ତୁ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details