ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟ ଗୁଣାବତ୍ତାକୁ ଗୁରୁତ୍ବ, ଆମ ହସ୍ପିଟାଲରେ ରୋଗୀସେବା ଯାଞ୍ଚ କଲେ ସଚିବ - ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ

ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ସମେତ କାର୍ଯ୍ୟକାରୀ, ରୋଗୀଙ୍କ ସ୍ବାସ୍ଥ୍ୟ ସେବାକୁ ଯାଞ୍ଚ କରିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ । ଅଧିକ ପଢନ୍ତୁ

health secretary shalini pandit visits hospital
health secretary shalini pandit visits hospital

By

Published : Jul 21, 2023, 9:34 AM IST

ଭୁବନେଶ୍ବର:ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଆମ ହସ୍ପିଟାଲ କାର୍ଯ୍ୟକାରୀ କରାଯାଉଛି । ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ସମେତ କାର୍ଯ୍ୟକାରୀ, ରୋଗୀଙ୍କ ସ୍ବାସ୍ଥ୍ୟ ସେବାକୁ ଯାଞ୍ଚ କରାଯାଇଛି । ତେବେ ଆଗକୁ ସେବା କ୍ଷେତ୍ରରେ NQAS ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଭିତ୍ତିଭୂମି ସମେତ କାର୍ଯ୍ୟକାରୀ, ରୋଗୀଙ୍କ ସ୍ବାସ୍ଥ୍ୟ ସେବା ସହ ସଠିକ ଭାବରେ ସେବା ଯୋଗାଇ ଦିଆଯାଉଛି ନା ନାଇଁ ତାହା ରୋଗୀଙ୍କୁ ପଚାରି ବୁଝିଛନ୍ତି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ।

ଆମ ହସ୍ପିଟାଲରେ ରୋଗୀସେବା ଯାଞ୍ଚ କଲେ ସଚିବ

ରାଜ୍ୟରେ କିପରି ରୋଗୀଙ୍କୁ ସଠିକ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିବ ନେଇ ବିଭାଗକୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଆମ ହସ୍ପିଟାଲ କାର୍ଯ୍ୟକାରୀ କରାଯାଉଛି । ଏହାରି ଅଧିନରେ ଆସୁଥିବା ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ସମେତ କାର୍ଯ୍ୟକାରୀ, ରୋଗୀଙ୍କ ସ୍ବାସ୍ଥ୍ୟ ସେବା ସଠିକ ଭାବରେ ସେବା ଯୋଗାଇ ଦିଆଯାଉଛି କି ତାହା ରୋଗୀଙ୍କୁ ପଚାରି ବୁଝିଛନ୍ତି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ । ନୟାଗଡ଼ ଜିଲ୍ଲା ଡିଡିଏଚ ଆମ ହସ୍ପିଟାଲର ୱାର୍ଡ, ଡାଇଲିସିସ୍ ୟୁନିଟ୍, SNCU, DEIC, NRC ଏବଂ ଅନ୍ୟାନ୍ୟ ସୁବିଧା ଯାଞ୍ଚ କରିଛନ୍ତି ସଚିବ ସାଲିନୀ ପଣ୍ଡିତ । ଏହା ସହ ଆମ ହସ୍ପିଟାଲରେ ଥିବା ରୋଗୀର ମତାମତ ନେଇଛନ୍ତି ସଚିବ । ମତାମତ ସକରାତ୍ମକ ରହିଥିଲା ।

ଏହା ବି ପଢନ୍ତୁ...Vacancy In Odisha Health Dept: ସ୍ୱାସ୍ଥ୍ୟସେବାରେ 5000 ପଦବୀ ଖାଲି, ଇଚ୍ଛୁକ କରନ୍ତୁ ଆବେଦନ

ସମସ୍ତ ଟିମକୁ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଏହା ସହ SHGମାନେ ସଫଳତାର ସହ ହେଲ୍ପ ଡେସ୍କ, ଆହାର କେନ୍ଦ୍ର ରୋଗୀଙ୍କ ସେବା ଏବଂ ମିଶନ୍ ଶକ୍ତି କାଫେ ଚଳାଉଛନ୍ତି । ଏହା ସହ ଅନେକ ହସ୍ପିଟାଲ ଲକ୍ଷସ ଏବଂ କାୟାକଳ୍ପର ସ୍ଵାସ୍ଥ୍ୟ ପ୍ରମାଣପତ୍ର ପାଇଛନ୍ତି । ବର୍ତ୍ତମାନ ସମୟରେ ହସ୍ପିଟାଲ ଗୁଡ଼ିକ NQAS ପ୍ରମାଣପତ୍ର ଦିଗରେ କାର୍ଯ୍ୟ କରୁଛନ୍ତି ।
ପ୍ରକାଶଥାଉ କି, ରାଜ୍ୟ ସରକାର ସ୍ୱାସ୍ଥ୍ୟକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଛି । ଏପଟେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଜାତୀୟ ସ୍ତରୀୟ ସର୍ଭେ କରାଯାଇଛି । ଯାହା ବର୍ତ୍ତମାନ ସମୟରେ ରାଜ୍ୟରେ ବିଭିନ୍ନ ହସ୍ପିଟାଲ ଗୁଡ଼ିକ ସର୍ଭେ କରୁଛି ଏନକ୍ୟୁଏସର ଏକ ଟିମ୍ ।

ସୂଚନା ଅନୁଯାୟୀ, କଳାହାଣ୍ଡିର କାଣ୍ଡେଲ ପିଏଚସି କୁ ମିଳିଛି NQAS ସ୍ୱାସ୍ଥ୍ୟ ଗୁଣବତ୍ତା ପ୍ରମାଣପତ୍ର । ଏହା ସହ ଭୁବନେଶ୍ୱରର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପୋଖରୀପୁଟ କୁ NQAS ପକ୍ଷରୁ ଗୁଣବତ୍ତା ପ୍ରମାଣପତ୍ର ଦିଆଯାଇଥିବା ବେଳେ ୟୁନିଟ 3 ର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟ NQAS ମାପଦଣ୍ଡରେ ଗୁଣବତ୍ତା ପ୍ରମାଣପତ୍ର ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details