health officer watching Tejaswini ଭୁବନେଶ୍ବର:କୁକୁଡ଼ାଖଣ୍ଡିର ନାଇଟଙ୍ଗେଲ କେ କ୍ରୀଷ୍ଣାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହୋଇଛି ଓଡ଼ିଆ ଚଳଚିତ୍ର ତେଜସ୍ୱିନୀ। ସେବା ପାଇଁ ସମର୍ପଣର ଦାୟିତ୍ୱବୋଧକୁ ନେଇ କେ କ୍ରୀଷ୍ଣାଙ୍କ ଜୀବନ କାହାଣୀ ବା ବାୟୋପିକକୁ ନେଇ ଏହି ସିନେମା ହୋଇଥିବା ବେଳେ ସିନେମାକୁ ଦେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ସିନେମାରେ ଏଏନଏମ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ସମର୍ପଣ, ଦାୟିତ୍ୱବୋଧ, ସଂଘର୍ଷ ଓ ସମ୍ମାନ ସହ ସଚେତନତାର କଥା ଦେଖାଯାଇଛି ।
ବିଶେଷ କରି ଏହି ସିନେମା ରକ୍ତଦାନ ଋତୁସ୍ରାବ ଭଳି ୧୬ଟି ସଚେତନତାର ବାର୍ତ୍ତାକୁ ନେଇ ପ୍ରସ୍ତୁତ କରାଯାଇଛି । ଜଣେ କର୍ତ୍ତବ୍ୟ ନିଷ୍ଠା ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ କାହାଣୀକୁ ନେଇ ଏହି ମୌଳିକ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରତିଟି ଯୁବପିଢିଙ୍କୁ ଅନେକ କିଛି ଶିଖା ଓ ସଚେତନତାର ବାର୍ତ୍ତା ଦେବା ସହ ସମସ୍ତଙ୍କୁ ବାନ୍ଧି ରଖିବା ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟପଟେ ନିଜ ଚଳଚ୍ଚିତ୍ରକୁ ଦେଖି ନିଜେ କାନ୍ଦିଲେ କେ କ୍ରିଷ୍ଣା । ସିନେମା ଦେଖିବା ପରେ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ଯ ସିନେମାକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଆଉ ଏଭଳି ଏକ ମୌଳିକ କାହାଣୀକୁ ଦେଖିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ବଡ ପରଦାକୁ ଆସିବ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘ତେଜସ୍ୱିନୀ’
ଅନ୍ୟପଟେ ସିନେମାକୁ ସରକାର କର ମୁକ୍ତ କରନ୍ତୁ ବୋଲି ମଧ୍ୟ ପ୍ରସ୍ତାବ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ । ସିନେମାର ପ୍ରତିଟି ଚରିତ୍ରର ଚିତ୍ରଣ ଏତେ ସୁନ୍ଦର ହୋଇଛି ଯେ ଲୋକଙ୍କୁ ଶେଷ ଯାଏ ବାନ୍ଧି ରଖିଛି । ସେପଟେ ଓଡ଼ିଆ ଶିଳ୍ପକୁ ବଞ୍ଚାଇବାକୁ ଯାଇ ବର୍ତ୍ତମାନ ଅନେକ ପରିବର୍ତ୍ତିତ ସିନେମା ଆସୁଥିବା ବେଳେ ଏହି ସିନେମାର ଭିନ୍ନତାକୁ ନେଇ ଟିକସ ଫି ସରକାର କରନ୍ତୁ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ସିନେମା ଅନବରତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ରେ ନାଇଟଆଙ୍ଗଲ ପୁରସ୍କାର ପାଇଥିବା ବେଳେ ସମସ୍ତଙ୍କ ପାଖରେ ଆଜି ପରିଚୟ ପାଇଛନ୍ତି। ଚଳଚ୍ଚିତ୍ର ପରଦାକୁ ଆସିବା ପୂର୍ବରୁ ୪୨ ଦେଶର ବିଭିନ୍ନ ଭାଗରେ ପ୍ରଦର୍ଶିତ ହୋଇସାରିଲାଣି। ଏହି କ୍ରମରେ ଓଡ଼ିଶାରେ ଖୁବଶୀଘ୍ର ପରଦାକୁ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ।
ପ୍ରକାଶଥାଉ କି, କେ କ୍ରୀଷ୍ଣା କୁମାରୀ ହେଉଛନ୍ତି, ଅନବରତ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ସେବିକା ଭାବେ ସମ୍ମାନ ପାଇଥିବା ନର୍ସ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡିର ବାସିନ୍ଦା ହେଉଛନ୍ତି କେ କୃଷ୍ଣ କୁମାରୀ । କୁକୁଡ଼ାଖଣ୍ଡିର ନାଇଟଆଙ୍ଗଲ ବା ଆକା ଭାବେ ତାଙ୍କର ନିସ୍ଵାର୍ଥପର ସେବା ପାଇଁ ସେ ବେଶ ପରିଚିତ । କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଆଉ ଏବେବି ସେ ସେଠାରେ ହିଁ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ପ୍ରେରଣାଦାୟୀ ସେବିକା ଭାବରେ ତାଙ୍କ ଜୀବନକାହାଣୀ, ସଂଘର୍ଷ ଓ ସଫଳତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା ‘ତେଜସ୍ୱିନୀ ଦି ରେଡିଆଣ୍ଟ୍’ ପ୍ରସ୍ତୁତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର