ଓଡିଶା

odisha

ETV Bharat / state

ବୋଥ୍ରାଙ୍କୁ ଭୁଆଁ ବୁଲାଇପାରେ ଗୋପାଳ ! ମିଳୁନି ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ବଢ଼ୁଛି ସସ୍‌ପେନ୍ସ । ନବଙ୍କ ଛାତିରେ ବାଜିଥିବା ଗୁଳିର ମିଳୁନି ସୁରାକ । ଗୁଳି ନଥିଲେ ଏହି ହତ୍ୟାକାଣ୍ଡ କିପରି ପ୍ରମାଣିତ ହେବ ସେନେଇ ଏବେ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

ମିଳୁନି ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି
ମିଳୁନି ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି

By

Published : Jan 31, 2023, 9:16 PM IST

ମିଳୁନି ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ । ନବଙ୍କ ଛାତିରେ ବାଜିଥିବା ଗୁଳିର ମିଳୁନି ସୁରାକ । ଖୋକା ଜବତ ହୋଇଥିବା ବେଳେ ଗୁଳିର ମିଳୁନି ପତ୍ତା । ନା ଡାକ୍ତରୀ ଟିମ ପାଖରେ, ନା ଘଟଣାସ୍ଥଳରେ । ଗୁଳିକୁ ନେଇ ବଢୁଛି ଅନେକ ରହସ୍ୟ । ଏହାରି ଭିତରେ ଗୁଳି ନଥିଲେ ଏହି ହତ୍ୟାକାଣ୍ଡ କିପରି ପ୍ରମାଣିତ ହେବ ସେନେଇ ଏବେ ପ୍ରଶ୍ନ ଉଠିଛି ।

କାର ଇନକ୍ୟୁଏଷ୍ଟ ଦିନ କ୍ରାଇମବ୍ରାଞ୍ଚ ଟିମ ଉପସ୍ଥିତିରେ ହୋଇଥିଲା ତଦନ୍ତ । ଡାକ୍ତରଙ୍କ ଉପସ୍ଥିତିରେ ସଂଗ୍ରହ ହୋଇଥିଲା ଏକ୍ସରେ ରିପୋର୍ଟ ସହ ପୋଷ୍ଟମର୍ଟମ ତଥ୍ୟ ପ୍ରମାଣ । ଏପରିକି ନବଙ୍କ ମୃତଦେହରୁ ସାଇବର ଫରେନସିକ ଏକସ୍ପର୍ଟ ଜରିଆରେ ସଂଗ୍ରହ ହୋଇଥିଲା ଆବଶ୍ୟକୀୟ ପ୍ରମାଣ । ହେଲେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ନବଙ୍କୁ ମରାଯାଇଥିବା ଗୁଳି ଏବେ ଗାଏବ । ମୃତଦେହର ଅନ୍ତିମ ସଂସ୍କାର ହୋଇଥିବାବେଳେ ଗୁଳି ଗାଏବକୁ ନେଇ ବଢୁଛି ଭୟ । ଏନେଇ ଗୁଳିଟି ନବ ଦାସଙ୍କ ଛାତିରେ ବାଜି ହାର୍ଟ ଓ ଲଙ୍ଗସକୁ ଭେଦ କରି ବାହାରି ଯାଇଥିବା ମୃତ୍ୟୁ ପ୍ରେସ ରିଲିଜରେ କହିଥିଲେ ଡାକ୍ତର । ହେଲେ ଏଯାଏଁ ଗୁଳି ମିଳିପାରିଲା ନାହିଁ ।

ତେବେ କ୍ରାଇମବ୍ରାଞ୍ଚ କ୍ରାଇମସ୍ପଟରେ ତନାଘନା କରିଥିବାବେଳେ କିପରି ଏଇ ଘଟଣାକୁ କରିବ ପ୍ରମାଣ । କାରଣ ପୋଲିସ ବୁଦ୍ଧିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ଭୁଆଁ ବୁଲାଇପାରେ ASI ଗୋପାଳ । ଏପରିକି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ନିଜେ କରିପାରେ ଚକ୍ରାନ୍ତ । ଏପରିସ୍ଥଳେ କିପରି ଏଇ ଘଟଣା ପ୍ରମାଣିତ ହେବ ସେନେଇ ଦ୍ବନ୍ଦ୍ବ ଉପୁଜିଛି । କାରଣ ଗୋପାଳର ମୋଟିଭ ଏଯାଏଁ ସ୍ପଷ୍ଟ କରିପାରିନି କ୍ରାଇମବ୍ରାଞ୍ଚ । ଡ୍ୟୁଟିରେ ଥିବା ସମୟରେ ତାର ସର୍ଭିସ ରିଭରବଲରୁ ଗୁଳି ହୋଇଥିବା କେହି ଦେଖିନାହାନ୍ତି । ବନ୍ଧୁକ ତାର ହୋଇଥିଲେ ବି ଅନେକଙ୍କ ହାତରେ ସେଦିନ ଦେଖିବାକୁ ମିଳିଥିଲା । ତେବେ ଗୋପାଳ ନିଜ ବୁଦ୍ଧିରେ ତାଠାରୁ ବନ୍ଧୁକ ଛଡାଇ ଆଉ କେହି ଗୁଳି କରିଥିବାର ବାହାନା କରିବନି ତ । କ୍ରାଇମସ୍ପଟରେ ବନ୍ଧୁକ ଜଣେ ଦଳୀୟ କର୍ମୀ ଧରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାର ସୁଯୋଗରେ ନିଜକୁ ବଞ୍ଚାଇବାକୁ ଗୋପାଳ ରଚିବନି ତ ଚକ୍ରାନ୍ତ ।

ଏନେଇ ସାଇଣ୍ଟିଫିକ ଏକ୍ସପର୍ଟ ମୂରଲୀଧର ନାୟକ କହିଛନ୍ତି, "ଘଟଣାସ୍ଥଳରୁ ଜବତ ଖୋକା ଓ ଗନ ପାଉଡରରୁ ସୁରାକ ମିଳିପାରିବ । ଏପରିକି ଖୋକାର ସାଇଜ ଓ ବନ୍ଧୁକର ବ୍ୟାରେଲ ସାଇଜ ଅନୁସାରେ ଜଣାପଡିବ ଗୁଳିଟି କେଉଁ ବନ୍ଧୁକରୁ ଫୁଟିଛି । କେବଳ ସେତିକି ନୁହେଁ, କିଏ ଗୁଳି କରିଛି, ଗୁଳି ସମୟରେ ଗୁଳି କରିଥିବା ଲୋକର ହାତରେ ଲାଗିଥିବା ଗନ ପାଉଡର । ଯାହାକି ନବ ଦାସଙ୍କ ଦେହରେ ବାଜିଥିବା ଗନ ପାଉଡର କେମିକାଲରୁ ସ୍ପଷ୍ଟ ଜଣାପଡିବ ।" ଅର୍ଥାତ ଗୋପାଳଙ୍କ ହାତରେ ଓ ଡ୍ରେସ ସହ ମୋବାଇଲରୁ ସଂଗୃହିତ ହୋଇଛି ସ୍ବାବ । ଯାହାକି ଫରେନ୍ସିକ ଯାଞ୍ଚ ପରେ ସ୍ପଷ୍ଟ ହୋଇପାରିବ । ଅନ୍ୟପଟେ ଯଦି ଗୋପାଳ ଏଡିଜିଙ୍କ ଆଗରେ ଖାଣିଥିବା ସତ ଶେଷ ମୂହୁର୍ତ୍ତରେ ମଧ୍ୟ ବଦଳାଇପାରେ । ତେଣୁ ତାକୁ ପଲିଗ୍ରାଫ ଟେଷ୍ଟ କଲା ପରେ ମଧ୍ୟ ଏଭିଡେନ୍ସ ଆକ୍ଟରେ ତାହା କୋର୍ଟରେ ଗ୍ରହଣ ହୋଇପାରେ ।

କିନ୍ତୁ ହତ୍ୟାର କାରଣ କଣ ତାହା ପ୍ରମାଣିତ ନହେଲେ ଘଟଣାଟି ସ୍ପଷ୍ଟ ହୋଇପାରିବନି । ତେଣୁ ଏଥିପାଇଁ କ୍ରାଇମବ୍ରାଞ୍ଚକୁ ମୋଟିଭ ବା ହତ୍ୟାକାଣ୍ଡର ଉଦ୍ଦେଶ୍ୟ କାଢ଼ିବାକୁ ପଡିବ । ଏହା ପଛରେ ବ୍ୟକ୍ତିଗତ କାରଣ ନା ଅନ୍ୟ କେହି ଷଡଯନ୍ତ୍ରକାରୀ ଦ୍ବାରା ପ୍ରଭାବିତ ହୋଇ ଏଭଳି କରିଛି ଗୋପାଳ, ତହା ତଦନ୍ତ ସାପେକ୍ଷ । କାରଣ ନବ ଦାସ ଜଣେ ବେଶ ଜଣାଶୁଣା ବ୍ୟବସାୟୀ ତା ସାଙ୍ଗକୁ ଜଣେ ଦକ୍ଷ ରାଜନେତା । ତେବେ ହତ୍ୟା ପଛରେ କାରଣ କଣ ହୋଇଥାଇପାରେ ତାହା ସ୍ପଷ୍ଟ ନକଲେ ଗୋପାଳ ଦାସ ହତ୍ୟାକାରୀ ବୋଲି ପ୍ରମାଣିତ କରିବା କ୍ରାଇମବ୍ରାଞ୍ଚ ପାଇଁ ହେବ କାଠିକାର ।

ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ଝାରସୁଗୁଡାରେ ଏଡିଜିଙ୍କ ନେତୃତ୍ବରେ ଛାନଭିନ କରୁଥିବା ବେଳେ ଅମିତେନଦ୍ର ସିହ୍ନାଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ ପୋଷ୍ଟମର୍ଟମସ୍ଥଳରୁ ନମୁନା ସଂଗ୍ରହ କରିଛି । ବ୍ରହ୍ମପୁର ଯାଇ ଏକ ଟିମ ଗୋପାଳ ଦାସର ପରିବାର ଲୋକଙ୍କୁ କରିଛି ପଚରାଉଚରା । ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ କେଉଁ ତଥ୍ୟ ସଂଗ୍ରହ କରୁଛି, ନବଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଅନୁସାରେ ଏହା ପଛର ଥିବା ଟପ ଷଡଯନ୍ତ୍ରକୁ ବାହାର କରିବାରେ ସଫଳ ହେଉଛି କି ନାହିଁ, ରାଜ୍ୟବାସୀ ଜାଣିବା ପାଇଁ ଚାହିଁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details