ଭୁବନେଶ୍ବର:ରାଜ୍ୟରେ ମ୍ୟାଲେରିଆ ନିରାକରଣକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଏପଟେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଗୁଣିଆକୁ ଭରସା କରିବାକୁ ପଡୁଛି। ଗୁଣିଆ ପାଖକୁ ଆସୁଥିବା ରୋଗୀଙ୍କ ତଥ୍ୟ ନେଉଛି ସ୍ୱାସ୍ଥ୍ୟ ବିଭାଗ । ଯାହା କେଉଁ ଲୋକଙ୍କର ମ୍ୟାଲେରିଆ ହୋଇଛି କି ଅନ୍ୟ ରୋଗ ହୋଇଛି ତାହା ଗୁଣିଆ ଦେଉଛି ରିପୋର୍ଟ । ଏନେଇ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ରୋଗୀଙ୍କ ଘରେ ପହଞ୍ଚିବାରେ ସଫଳ ହେଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ମ୍ୟାଲେରିଆ ଏକ ପ୍ରାଣଘାତୀ ରୋଗ ଯାହା କି ପରଜୀବୀ କୀଟାଣୁ ଦ୍ବାରା ବ୍ୟାପିଥାଏ । ମାଈ ଆନୋଫିଲିସ ମଶା କାମୁଡ଼ିବା ଦ୍ବାରା ମ୍ୟାଲେରିଆ ସଂକ୍ରମଣ ହୋଇଥାଏ। ଏହି ମଶା ସାଧାରଣତଃ ରାତିରେ କାମୁଡିଥାଏ। ଦିନଥିଲା ଭାରତରେ ଯେତେ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିଲେ ସେଥି ମଧ୍ୟରୁ ଓଡିଶାରୁ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହେଉଥିଲେ। ଯେପରି ଭାବରେ ଭାରତର 25% ମ୍ୟାଲେରିଆ ରୋଗୀ ଏବଂ ତତଜନିତ ମୃତ୍ୟୁ ସଂଖ୍ୟାର 30% ଓଡିଶାରୁ ଚିହ୍ନଟ ହେଉଥିଲେ। 2016 ମସିହାରେ 4.4 ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ 77 ଜଣ ମୃତ୍ୟୁବରଣ କରିଥିଲେ ।
ସେହିପରି ଭାବରେ 2017 ମସିହାଠାରୁ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ପାଇପାରିଛି। 2022 ମସିହାରେ API ସବୁଠାରୁ କମ ସ୍ଥିରୀକୃତ ହୋଇଥିଲା। ରାଜ୍ୟରେ ଅନେକ ଜିଲ୍ଲା ଏବେ ମ୍ୟାଲେରିଆ ମୁକ୍ତ ହେବାକୁ ଯାଉଛନ୍ତି। 2016 ମସିହା ତୁଳନାରେ 2022 ମସିହାରେ 95% ମ୍ୟାଲେରିଆ ରୋଗୀ କମ ଚିହ୍ନଟ ହୋଇଛନ୍ତି। ଏହିସବୁ ସଫଳତା କେବଳ ବିଭିନ୍ନ ପ୍ରକାର ପରୀକ୍ଷା ସହିତ ଡାକ୍ତର, ଆଶା କର୍ମୀଙ୍କ ଯୋଗଦାନ ଦ୍ବାରା ସମ୍ଭବ ହୋଇପାରିଛି।