ଓଡିଶା

odisha

ETV Bharat / state

ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା, ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ - ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟା

ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା । ରାଜ୍ୟରେ ସାଂଘାତିକ ତାତି । ଆଜିଠାରୁ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ PHC ସ୍ତରରେ କଣ୍ଟ୍ରୋଲ ରୁମ୍‌ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

health department
health department

By

Published : Mar 1, 2023, 9:20 PM IST

health department

ଭୁବନେଶ୍ବର:ଚଳିତ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। ସକାଳ 10 ଟା ସମୟରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ତାତି କଲବଲ କରିବ। ଏମିତି କି ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ ଭାବରେ ପରିଣତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆଡଭାଇଜରି ଜାରି ହୋଇଛି। ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତରଖାନା ଗୁଡ଼ିକ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଡାକ୍ତରଖାନା ଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ମୁକାବିଲା କରିବା ପାଇଁ କେତେ ପ୍ରସ୍ତୁତ ରହିଛନ୍ତି। କେତେ ମେଡ଼ିସିନ୍ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି କି ନାହିଁ ଏହାର ଏକ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ DHH , SDH , CHC , PHC ରେ ଏୟାର କୁଲର, ଏସି ରୁମ୍‌ ଓ ବେଡ୍ ମହଜୁଦ ଓ ଓଆରଏସ ଭଳି ସାମଗ୍ରୀ ଅଧିକ ମାତ୍ରାରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସମସ୍ତ ଜିଲ୍ଲାରେ ଆଜିଠାରୁ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ PHC ସ୍ତରରେ ଆରମ୍ଭ ହୋଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ଏପଟେ ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି ଯେ ସମସ୍ତ ସ୍କୁଲ କଲେଜରେ ଇଲେକ୍ଟ୍ରି ଏବଂ ଜଳ ର ସମସ୍ୟା ନ ଥିବ। କିନ୍ତୁ ଯେଉଁ ସବୁ ସ୍କୁଲ କଲେଜରେ ଏଭଳି ସମସ୍ୟା ରହିଛି ସେଗୁଡିକକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ସରକାର ବୋଲି କହିଛନ୍ତି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ରୋଗଗୁଡିକ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟଧିକ ଗରମ ଯୋଗୁଁ ହେଉଥିବା ବିଭିନ୍ନ ରୋଗ ଓ ଏହାର ସୁବିଧା ଉପଲବ୍ଧ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ। ଏଥିପାଇଁ ଆବଶ୍ୟକୀୟ ଔଷଧ, ଇଣ୍ଟ୍ରାଭେନସ ଫୁଡ, ଆଇସ ପ୍ୟାକ, ଓଆରଏସ ଏବଂ ଅନ୍ୟାନ୍ୟ ଜରୁରୀ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବା ପାଇଁ ସମୀକ୍ଷା କରାଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details