ଓଡିଶା

odisha

ETV Bharat / state

ତିନି ମାସ ଧରି ତିରିଶ ଜିଲ୍ଲାକୁ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ - ସ୍ବାସ୍ଥ୍ୟ ବିଭାଗ

ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ପାଇଁ ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କଲା ସଚେତନତା ଅଭିଯାନ । ତିନି ମାସ ଧରି 30 ଜିଲ୍ଲାରେ ଚାଲିବ ଏହି ଅଭିଯାନ ।

ଫଟୋ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର

By

Published : Jun 17, 2019, 9:37 PM IST

Updated : Jun 17, 2019, 11:15 PM IST

ଭୁବନେଶ୍ବର: ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ନେଇ ଆରମ୍ଭ ହୋଇଛି ୩ ମାସିଆ ସଚେତନତା ଅଭିଯାନ। ଏହି ଅଭିଯାନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହା ସହିତ 3 ମାସ ମଧ୍ୟରେ 30 ଟି ଜିଲ୍ଲା ଓ 5 ଟି ମହାନଗର ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟକ ଘରେ ଓଆରଏସ ପ୍ୟାକେଟ ବଣ୍ଟାଯିବ, ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଜିଙ୍କ ଟାଵଲେଟ ଦିଆଯିବ । ୧୭ଟି ଜିଲ୍ଲାର ୧ କୋଟି ୭୦ ଲକ୍ଷ ଔଷଧ ଓ ଉପଚାରିତ ମସାରି ବଣ୍ଟାଯାଇଥିବା ବେଳେ ଆଗକୁ ୨୬ ଲକ୍ଷ ଅଧିକ ମସାରି ବଣ୍ଟାଯିବ । ଏଥିସହିତ ଗାଁ କଲ୍ୟାଣ ସମିତି, ଅଙ୍ଗନବାଡି କର୍ମୀ ମିଳିତ ଭାବରେ ସଫେଇଠୁ ଆରମ୍ଭକରି କୀଟ ନାଶକ ମଶାରୀର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ଜୁଲାଇ୧୬ ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଡେଙ୍ଗୁ ଓ ମ୍ୟାଲେରିଆ ଉପରେ ଗୁରୁତ୍ୱ ଦିଆଯିବ। ବିଶୁଦ୍ଧ ଜଳ, ହାତ ସଫା କରିବା ପାଇଁ ଆଶାକର୍ମୀ ମାନଙ୍କ ଦ୍ୱାରା ସଚେତନ କରାଯିବ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ବିଭାଗର ନିର୍ଦେଶକ ଡ଼ ହରପ୍ରସାଦ ପଟ୍ଟନାୟକ ।

ଭୁବନେଶ୍ବରରୁ ସଂଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 17, 2019, 11:15 PM IST

ABOUT THE AUTHOR

...view details